କନକ ବ୍ୟୁରୋ : ହକି ଦେଖୁଛନ୍ତି ମୋଦୀ । ଟୋକିଓ ଅଲିମ୍ପିକ୍ସରେ ଭାରତ- ବେଲଜିୟମ ମଧ୍ୟରେ ଚାଲିଥିବା ସେମି ଫାଇନାଲ ମୁକାବିଲା ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଟ୍ୱିଟ କରି ମୋଦୀ ସୂଚନା ଦେଇଛନ୍ତି । ଭାରତୀୟ ଦଳ ଓ ଖେଳଳୀଙ୍କ ପ୍ରଦର୍ଶନକୁ ନେଇ ସେ ଗର୍ବିତ ବୋଲି ଜଣାଇଛନ୍ତି । ସେହିପରି ଆଗାମୀ ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ସେପଟେ, ଭାରତକୁ ଆଉ ଏକ ଗୋଲ୍ ଦେଲା ବେଲଜିୟମ । ୪-୨ ଗୋଲରେ ବେଲଜିୟମ୍ ଆଗୁଆ । ଚତୁର୍ଥ କ୍ୱାର୍ଟରରେ ଦୁଇଟି ଗୋଲ୍ ଦେଲା ବେଲଜିୟମ ।