ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଗସ୍ତକୁ ବିରୋଧ କରି ଲାଗିଲା ମାଓ ପୋଷ୍ଟର

29

କନକ ବ୍ୟୁରୋ : ଆଜି ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନକ୍ସଲ ପ୍ରଭାବିତ ଅଂଚଳ ହୋଇଥିବାରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି ମାଓବାଦୀ । ପ୍ରଧାନମନ୍ତ୍ରୀଙ୍କ ସଭାକୁ ନଯିବା ଲାଗି ପୋଷ୍ଟର ଓ ବ୍ୟାନର ଲଗାଇ ଆହ୍ୱାନ ଦେଇଛନ୍ତି । ଗାଁ ଗାଁରେ ସଭା କରି ଗ୍ରାମବାସୀଙ୍କୁ ଧମକ ଚମକ ଦେଇଛି ମାଓ ସଂଗଠନ । ଯାହା ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ସମ୍ବିଧାନର ପ୍ରଣୀତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ବିଜାପୁରର ଜାଙ୍ଗଲା ଗାଁରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ ଲାଗି ଏସପିଜି, ଏନଏସଜି କମାଣ୍ଡୋ ମୁତୟନ ହୋଇଛନ୍ତି । ସିଆରପିଏଫ, ସିଆଇଏସଫ ଓ ଛତିଶଗଡ ପୋଲିସର ପ୍ରାୟ ୧୬ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଏଥିସହ ଆକାଶମାର୍ଗରୁ ଡ୍ରୋନ, ୟୁଏଭି ଓ ହେଲିକପ୍ଟର ଯୋଗେ ମାଓ ଗତିବିଧି ଉପରେ ନଜର ରଖାଯାଇଛିା ୫୦ଟି ଡଗ ସ୍କ୍ୱାର୍ଡ ମଧ୍ୟ ଲ୍ୟାଣ୍ଡମାଇନ ଠାବ କରିବା ଲାଗି ନିୟୋଜିତ ହୋଇଛନ୍ତି । ଏପରିକି ସଭାସ୍ଥଳରୁ ୧୫ କିଲୋମିଟର ପର୍ଯ୍ୟନ୍ତ ପୋଲିସ ଛାଉଣୀ କରାଯାଇଛି ।