ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶପଥରୁ ଦେଖିବେ ଫୋନି ତାଣ୍ଡବ ରଚିଥିବା ପ୍ରଭାବିତ ଅଞ୍ଚଳର ଦୃଶ୍ୟ, ପୁନରୁଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା ।

398

କନକ ବ୍ୟୁରୋ : ଫୋନି ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବା ଆସୁଛନ୍ତି । ବାତ୍ୟା ଫୋନି ପ୍ରଭାବରେ ଓଡିଶାରେ ଘଟିଥିବା ପ୍ରକୃତିର ତାଣ୍ଡବକୁ ଦେଖିବା ସହ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ମୋଦି ।
ବିପର୍ଯ୍ୟୟ

ବାତ୍ୟା ଫୋନି ଓଡିଶାରେ ଯେଉଁ ପ୍ରଳୟ ରଚିଛି ତାହା ବାବଦରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ମୋଦି । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାରେ ଦୃଷ୍ଟାନ୍ତମୂଳକ ସାହସ ପ୍ରଦର୍ଶନ କରିଥିବା ଓଡ଼ିଶାର ଭାଇ, ଭଉଣୀମାନଙ୍କୁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ସେ ଆଶ୍ବାସନା ଦେଇଛନ୍ତି ମୋଦି । । ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସାରା ଦେଶ ଦୃଢ଼ ଭାବେ ଠିଆ ହୋଇଛି ବୋଲି ମୋଦୀ ଟ୍ବିଟ୍ କରି କହିଛନ୍ତି।