ଓଡିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । କହିଲେ ଇସାକ୍ ମୁଣ୍ଡା ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

351

କନକ ବ୍ୟୁରୋ: ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ମନ୍ କି ବାତରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଦିନେ ଦିନ ମଜୁରିଆ ଥିବା ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ପାଲଟି ଯାଇଛନ୍ତି । ନିଜ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଅର୍ଥ ରୋଜଗାର କରୁଛନ୍ତି । ତାଙ୍କ ଭିଡିଓରେ ସ୍ଥାନୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ, ନିଜ ଗାଁ, ନିଜ ଜୀବନଶୈଳୀ ଓ ପରିବାର ସଂପର୍କରେ କହିଥାନ୍ତି । ଟେକ୍ନୋଲୋଜିକୁ ବ୍ୟବହାର କରି ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ହୋଇଯାଇଥିବାରୁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା।