କନକ ବ୍ୟୁରୋ : ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ହୋଇଥିବା ଦଣ୍ଡାଦେଶ ଉପରେ ଆଜି ରାୟ ଶୁଣାଇ ପାରନ୍ତି ସୁରଟ କୋର୍ଟ । ମୋଦୀ ସାଙ୍ଗିଆ ବୟାନ ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ ଓ ଦଣ୍ଡାଦେଶ ଉପରେ ସୁରଟ କୋର୍ଟ କଣ ରାୟ ଶୁଣାଇବେ ତା ଉପରେ ସମସ୍ତଙ୍କ ନଜର ରହିଛି । ତଳ କୋର୍ଟ ମାନହାନୀ ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟକୁ ସୁରଟ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

Advertisment

ଏହି ମାମଲାରେ କୋର୍ଟ ଆଜି ରାୟ ଶୁଣାଇ ପାରନ୍ତି । ଯଦି ତଳ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗେ, ତେବେ ପୁଣି ରାହୁଲ ଗାନ୍ଧୀ ପୁଣି ଲୋକସଭା ସଦସ୍ୟତା ଫେରି ପାଇବେ । ଗତ ଅପ୍ରେଲ ୧୩ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ତେଣୁ ଆଜି ରାୟ ଆସିବା ସମ୍ଭାବନା ରହିଛି । ୨୦୨୩ ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ କୋର୍ଟରେ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ରାହୁଲ ଗାନ୍ଧୀ ଲୋକସଭା ସାଂସଦ ପଦ ହରାଇଥିଲେ । ଯଦି କୋର୍ଟ ଦଣ୍ଡାଦେଶ ଉପରେ ରହିତା ଦେଶ ଲଗାନ୍ତି କିମ୍ବା ଦଣ୍ଡାଦେଶକୁ ୨ ବର୍ଷରୁ କମ କରନ୍ତି, ତେବେ ରାହୁଲ ପୁଣି ସାଂସଦ ପଦ ଫେରିପାଇବେ ।