ବିଶ୍ୱ ଦରବାରରେ ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ମୋଦୀଙ୍କ ପାଦ ଛୁଇଁଲେ ପପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ

146

କନକ ବ୍ୟୁରୋ : ପପୁଆ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ । ବିମାନ ବନ୍ଦରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ସ୍ୱାଗତ କରି ଚର୍ଚ୍ଚାରେ ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପପୁଆ ନ୍ୟୁଗିନି ଗସ୍ତରେ ଯାଇଛନ୍ତି । ପିଏମ ମୋଦୀଙ୍କ ଏହି ସ୍ୱାଗତ ଭିନ୍ନ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କାରଣ ସେହି ଦେଶରେ ସୂର୍ଯ୍ୟାସ୍ତ ପରେ କୌଣସି ଅତିଥୀଙ୍କୁ ସ୍ୱାଗତ କରାଯାଏ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ବ୍ୟକ୍ତି, ଯାହା ପାଇଁ ପପୁଆ ନ୍ୟୁଗିନି ନିଜ ପୁରୁଣା ପରଂପରାକୁ ଭାଙ୍ଗିଛି । ପ୍ରଶାନ୍ତ ମହାସାଗରରେ ଥିବା ଏହି ଦେଶ ସନ୍ଧ୍ୟା ପରେ କୌଣସି ଅତିଥୀଙ୍କୁ ରାଜକୀୟ ସମ୍ମାନରେ ସ୍ୱାଗତ କରନ୍ତି ନାହିଁ । କିନ୍ତୁ ଭାରତର ଗୁରୁତ୍ୱ ଓ ବିଶ୍ୱସ୍ତରରେ ବଢୁଥିବା ମୋଦୀଙ୍କ ଲୋକପ୍ରିୟତାକୁ ଆଖିରେ ରଖି ରାତି ସମୟରେ ରାଜକୀୟ ସମ୍ମାନରେ ସ୍ୱାଗତ କରିବାକୁ ସେଠିକାର ସରକାର ନିଷ୍ପତି ନେଇଥିଲେ । ଏଥିସହ ବୈଷୟିକ ନେତୃତ୍ୱ ପାଇଁ ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ଦ କାମ୍ପିୟନ ଅଫ ଦ ଇୟର ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଜାପାନରେ ଆୟୋଜିତ ଜି-ସେଭେନ ସମ୍ମିଳନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅନ୍ୟ ରାଷ୍ଟ୍ରନେତାଙ୍କ ନିକଟରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଯେ କେତେ ଲୋକପ୍ରିୟ ସେକଥା ଜଣାପଡିଥିଲା ଯେତେବେଳେ ଆମେରେିକା ରାଷ୍ଟ୍ରପତି ବାଇଡେନ ମୋଦୀଙ୍କ ଅଟୋଗ୍ରାଫ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ମେ।।ଦୀଙ୍କ ପାଖକୁ ଉଠି ଆସି ଆମେରିକା ରାଷ୍ଟ୍ରପତି ତାଙ୍କୁ ଆଲିଙ୍ଗନ କରିବା ଘଟଣା ମଧ୍ୟ ବେଶ ଚର୍ଚ୍ଚା ସାଉଁଟିଥିଲା । ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲଲବାନ୍ଥକ୍ସ ମଧ୍ୟ ମୋଦିଙ୍କ ଭୁରି ଭୁରୀ ପ୍ରଂଶସା କରିଛନ୍ତି ।ସୋମବାର ଅଷ୍ଟ୍ରେଲିଆରେ ମୋଦି ପହଁଚିବାପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରବାସୀ ଭାରତୀୟଙ୍କ ଗହଣରେ ପହଁଚି ଅଭିବାଦନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ।