କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆମେରିକା କଂଗ୍ରେସକୁ ସମ୍ବୋଧନ କରିଥିଲେ । ନିଜର ଭାଷଣରେ ମୋଦୀ କୋଭିଡ୍ ଟିକାକରଣ, ମହିଳା ସଶକ୍ତିକରଣ , ଭାରତ ଆମେରିକା ସମ୍ପର୍କ, ଭାରତ ଜି-୨୦ରେ ଅଧ୍ୟକ୍ଷତା ଓ ଆର୍ଥିକ ବିକାଶ ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ୱାଶିଂଟନରେ କ୍ୟାପିଟାଲ ହିଲ୍ ବାହାରଠାରୁ ଆରମ୍ଭ କରି ଭିତର ଯାଏଁ ମୋଦୀ ନାରାରେ ପ୍ରକମ୍ପିତ ହେଲା ପୁରା ପରିବେଶ ।

Advertisment

publive-imageକେବଳ ଏତିକି ନୁହେଁ ମୋଦୀଙ୍କ ଭାଷଣ ପରେ ତାଙ୍କ ସହ ସେଲ୍ଫି ନେବା ସହ ତାଙ୍କର ଅଟୋଗ୍ରାଫ୍ ନେବାରୁ ଆମେରିକା ସାଂସଦଙ୍କର ଲମ୍ବା ଲାଇନ ଲାଗିଥିଲା । ମୋଦୀ ଆମେରିକା କଂଗ୍ରେସକୁ ସମ୍ବାଧନ କରିବାବେଳେ ସାଂସଦମାନେ ଛିଡା ହୋଇ ତାଙ୍କୁ ଅଭିବାଦନ କରିଥିବା ଦେଖିବାକୁ ମିଳିଥିଲା ।

publive-image

ସଦନରେ ମୋଦୀଙ୍କୁ ଷ୍ଟାଣ୍ଡିଙ୍ଗ ଓଭେସନ ମିଳିଥିଲା । ମୋଦୀଙ୍କ ଭାଷଣ ଏତେ ଚମକ୍ରାର ଥିଲା ଯେ ଉଭୟ ଆମେରିକୀୟ ଓ ଭାରତୀୟ ଆମେରିକୀୟ ସମୁଦାୟ ମୋଟ ୧୪ଥର ଷ୍ଟାଣ୍ଡିଙ୍ଗ ଓଭେସନ୍ ଦେଇଥିଲେ । କରତାଳିରେ ଫାଟିପଡିଥିଲା ପୁରା ସଦନ ।