ଶିକ୍ଷାନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: କହିଲେ ଦେଶକୁ କେବଳ ଡିଗ୍ରୀଧାରୀ ନୁହେଁ ଦକ୍ଷ ଡିଗ୍ରୀଧାରୀଙ୍କ ରହିଛି ଆବଶ୍ୟକତା

257

କନକ ବ୍ୟୁରୋ: ବାରଣାସୀରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି ନୂତନ ଭାରତ ପାଇଁ ନୂଆ ବ୍ୟବସ୍ଥା ଜରୁରୀ ଅଟେ । ଏକବିଂଶ ଶତାଦ୍ଧୀରେ ଶିକ୍ଷା ନୀତି ସହ ଆଧୁନିକ ବିଚାର ଯୋଡିବାର ଆବଶ୍ୟକତା ରହିଛି । ଶିକ୍ଷା ଅର୍ଥ କେବଳ ଚାକିରି ଅନ୍ୱେଷଣ ନୁହେଁ । ଦେଶକୁ କେବଳ ଡିଗ୍ରୀଧାରୀ ନୁହେଁ ଦକ୍ଷ ଡିଗ୍ରୀଧାରୀଙ୍କ ଆବଶ୍ୟକତା ରହିଛି ।

ଏଥିସହ ମେବାରଣାସୀ ଏଲଟି କଲେଜରେ ଅକ୍ଷୟ ପାତ୍ର ଫାଉଣ୍ଡେସନର ମିଡେ ମିଲ ଯୋଜନାର ଉଦଘାଟନ ସମୟରେ କୁନି କୁନି ପିଲାଙ୍କ ଗହଣରେ କିିଛି ସମୟ କାଟିଥିଲେ ପ୍ରଧାନମନ୍ତ୍ରୀ । ପିଲାଙ୍କ ମନ୍ତ୍ରୋଚାରଣ ଦେଖି ମନ୍ତ୍ରମୁଗ୍ଦ ହେବା ସହ ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ କାହା ଭକ୍ତି ଗୀତ ଶୁଣି ତ ପୁଣି କାହାର କଳାକୌଶଳ ଦେଖି ବେଶ ଖୁସି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ଉତରପ୍ରଦେଶକୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟର ଦୁଇ ବଡ ସହର ବାରଣାସୀ ଓ କାଶୀକୁ ପ୍ରାୟ ୧୭ହଜାର ୭୪କୋଟି ଟଙ୍କାର ୪୩ଟି ଯୋଜନା ଭେଟି ଦେଇଛି କେନ୍ଦ୍ର ।