ଯୁବରାଜଙ୍କୁ ଚିଠିରେ ପ୍ରଶଂସା କଲେ ମୋଦି !

45

letterକନକ ବ୍ୟୁରୋ : ଟିମ୍ ଇଣ୍ଡିଆ ଷ୍ଟାର୍ କ୍ରିକେଟର ଯୁବରାଜଙ୍କୁ ମୋଦିଙ୍କ ପ୍ରଶଂସା । କ୍ୟାନସର ରୋଗ ଉପରେ ସଚେତନତା ପାଇଁ ଉଲ୍ଲେଖନୀୟ ସେବା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବରାଜ ସିଂହଙ୍କୁ ପ୍ରଶଂସା କରି ଚିଠି ଲେଖିଛନ୍ତି । ଯୁବରାଜଙ୍କ ଦ୍ୱାରା ପରିଚାଳିତ ଯୁବିକେନ ଫାଉଣ୍ଡେସନ ସମାଜରେ ଘାତକ କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବା ଏବଂ ଏ ରୋଗ ବିଷୟରେ ସମସ୍ତଙ୍କୁ ସଚେତନତା କରାଇବା ପାଇଁ ୨୦୧୨ ମସିହାରୁ କାର୍ଯ୍ୟ କରୁଛି ।

ଏଭଳି ସାମାଜିକ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଯୁବରାଜ କାର୍ଯ୍ୟ କରୁଥିବା ଜାଣି ବହୁତ ଖୁସି ଥିବା ପ୍ରଧାନମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ଯୁବିକେନ ଫାଉଣ୍ଡେସନ କ୍ୟାନସର ରୋଗ ଉପରେ ବଢ଼ିଆ କାର୍ଯ୍ୟ କରୁଛି । ଆପଣ କ୍ୟାନସର ରୋଗ ଉପରେ ଯେଉଁଭଳି ଭାବେ ସାମାଜିକ ସଚେତନତା କାର୍ଯ୍ୟ କରୁଛନ୍ତି ତାହା ବହୁ ଭାରତୀୟଙ୍କ ପାଇଁ ପ୍ରେରଣାଦାୟକ । ଏଭଳି ଉତ୍ସାହ ଏବଂ ଆଗ୍ରହର ସହ ସମାଜ ପାଇଁ ସେବା କରିବା ଉଚିତ ବୋଲି ମୋଦି ଚିଠିରେ ଦର୍ଶାଇଛନ୍ତି । ମୋଦିଙ୍କ ଚିଠିକୁ ଇନଷ୍ଟାଗ୍ରାମରେ ଯୁବରାଜ ସେୟାର କରିଛନ୍ତି ।