ମୋଦିଙ୍କୁ ମୁଲାୟମଙ୍କ ପ୍ରଶଂସା ପରେ ତେଜିଲା ରାଜନୀତି ! ପିତାଙ୍କ ବୟାନକୁ ନେଇ ଅଖିଳେଶଙ୍କ ଅଡୁଆ ବଢ଼ିବା ଚର୍ଚ୍ଚା, ହରାଇପାରନ୍ତି ମୁସଲିମ୍ ଭୋଟ୍ ବ୍ୟାଙ୍କର ଭରସା ।

124

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଚ୍ଚପ୍ରଶଂସା କରିବା ସହ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର କାମନା ଜାହିର କରିଛନ୍ତି ସମାଜବାଦୀ ଦିଗଜ୍ ମୁଲାୟମ ସିଂ ଯାଦବ । ସେପଟେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ମୁଲାୟମଙ୍କ ଏହି ବୟାନ୍ ସମାଜବାଦୀ କ୍ୟାଡର୍ ଓ ମୁସଲିମ୍ ନେତାଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବ ବୋଲି କୁହାଯାଉଛି  । ଅନ୍ୟପଟେ କଂଗ୍ରେସ ଏହାକୁ ଯୁଦ୍ଧ ପୂର୍ବର ଶୁଭେଚ୍ଛା ବୋଲି କହିଛି  ।

ରାଜନୀତିରେ ମୁଲାୟମଙ୍କ ମୋଦି ପ୍ରେମ । ଶୁଭେଚ୍ଛା ପରେ ତେଜିଲା ରାଜନୀତି ।ସ ରାଜନୀତିର ନୂଆ ଚିତ୍ର । ମୋଦିଙ୍କୁ ମୁଲାୟମଙ୍କ ଉଚ୍ଚପ୍ରଶଂସା ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଯେତେବେଳେ ପୁଅ ଅଖିଳେଶଙ୍କ ସହ ତମାମ୍ ମୋଦି ବିରୋଧୀ ଦଳର ନେତା ଏକାଠି ମେଳି କରୁଛନ୍ତି ବିଜେପିକୁ ବେଦଖଲ୍ କରିବା ପାଇଁ ଆଉ ଠିକ ସେତିକିବେଳେ କିଙ୍ଗ୍ ଅଫ୍ ୟୁ-ଟର୍ଣ୍ଣ କୁହାଯାଉଥିବା ମୁଲାୟମ୍ ସିଂ ଯାଦବ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଜାହିର୍ କରିଛନ୍ତି ଇଚ୍ଛା  ।

କ’ଣ ପଡ଼ିବ ଏହାର ପ୍ରଭାବ ?

– ମୋଦିଙ୍କୁ ମୁଲାୟମ ପ୍ରଶଂସା କରିବା ପରେ ଅଖିଳେଶଙ୍କ ସାମ୍ପ୍ରଦାୟିକ ବିରୋଧୀ ଅଭିଯାନ ଉପରେ ଏହାର ପ୍ରଭାବ ପଡ଼ିବ ଓ ସହଯୋଗୀଙ୍କ ଆସ୍ଥା ହରାଇବେ ଅଖିଳେଶ  ।

– ଯଦି ଅଖିଳେଶ ନିଜ ପିତାଙ୍କ ବୟାନକୁ ବିରୋଧ କରିବେ ତେବେ ଉପହାସର ପାତ୍ର ହେବେ, ଯଦି ବିରୋଧ ନ କରୁଛନ୍ତି ତେବେ ମୁସଲିମ୍ ଭୋଟବ୍ୟାଙ୍କର ଭରସା ହରାଇବେ  ।

– ୯୦ ଦଶକରୁ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ରହିଆସିଥିବା ମୁଲାୟମ୍ ପରେ ବିଜେପି ପ୍ରତିି ନରମ ସ୍ୱର ଦେଖାଇଛନ୍ତି ଏପରିକି ପୁଅ ତେଜପ୍ରତାପଙ୍କ ବିବାହରେ ମୋଦିଙ୍କୁ ସେ ନିମନ୍ତ୍ରଣ କରିଥିଲେ  ।

ମୋଦିଙ୍କ ବିରୋଧରେ ଏକାଠି ହେଉଛନ୍ତି ତମାମ୍ ମୋଦି ବିରୋଧୀ ଦଳର ନେତା  ।  ଅନ୍ୟପଟେ ମୁଲାୟମଙ୍କ ମୋଦିଙ୍କ ପ୍ରଶଂସା ବିରୋଧୀ ସହ ପୁଅ ଅଖିଳେଶଙ୍କ ଅଡୁଆ ମଧ୍ୟ ବଢ଼ାଇଦେଇଛି  । ତେବେ ମୁଲାୟମଙ୍କ ଏହି ପ୍ରଶଂସାକୁ ଲଢ଼େଇ ପୂର୍ବର ଶୁଭେଚ୍ଛା ବାର୍ତା ବୋଲି ଆଖ୍ୟା ଦେଇଛି କଂଗ୍ରେସ  ।