ମୋଦି ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ଖୁସି ଖବର ! ମିଳିବ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ କ୍ୟାସଲେସ ମେଡିକଲା ସେବା

42

ଦେଶରେ ମୋଟ ଜନସଂଖ୍ୟାରୁ ଅଧା ମହିଳା ମାନଙ୍କର ହୋଇଥିଲେ ମଧ୍ୟ ଲିଙ୍ଗଗତ ଅସମାନତା ଯୋଗୁଁ ଆଜି ବି ସେମାନେ ଅସୁବିଧାର ସାମ୍ନା କରିଛନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ଯୋଜନା ନେଇକି ଆସୁଛନ୍ତି ।

ଏହି ଯୋଜନା ମୁତାବକ ମହିଳାଙ୍କୁ ଟ୍ୟାକ୍ସରେ ରିହାତି ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆଦି ସେବା ରହିଛି । ଟାଇମ୍ସ ଅଫ ଇଣ୍ଡିଆର ଖବର ମୁତାବକ ଏକୁୁଟିଆ ରହୁଥିବା ମହିଳାଙ୍କ ପାଇଁ ମୋଦି ସରକାର ଏକ ଟ୍ୟାକ୍ସ ପଲିସି ନେଇକି ଆସିଛନ୍ତି । ଏହି ପଲିସି ଅନୁସାରେ ମହିଳଳାଙ୍କୁ ଟ୍ୟାକ୍ସରେ ରିହାତି ମିଳିବ ।

କେବଳ ଏତିକି ନୁହଁ ଆଧାର ସହ ଯୋଡା ଯାଇ ସ୍ୱାସ୍ଥ୍ୟ କାର୍ଡ ତିଆରି ହେବ ଯାହା ସାହାଯ୍ୟରେ ମହିଳାମାନେ ଚେକଅପ କରାଇ ପାରିବେ ଓ ଗର୍ଭବତୀ ମହିଳାମାନେ କ୍ୟାସଲେସ ମେଡିକାଲ ସେବା ପାଇଁ ପାରିବେ । କୁହାଯାଉଛି କେନ୍ଦ୍ରୀୟ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କର ଟିମ ଏହା ଉପରେ କାମ ଆରମ୍ଭ କରି ଦେଇଛି ।