ମୋଦୀ ସରକାରର ବଡ ଆକ୍ସନ । ଚୀନ୍ ଲିଙ୍କ ଥିବା ୨୩୨ ଆପ୍ ବ୍ୟାନ୍ ।

615

କନକ ବ୍ୟୁରୋ: ଚୀନ୍ ବିରୋଧରେ ଭାରତ ସରକାରଙ୍କ ବଡ ଆକ୍ସନ୍ । ଚୀନ ଲିଙ୍କ ଥିବା ୧୩୮ ବେଟିଂ ଆପ୍ ଓ ୯୬ଟି ଋଣ ଆପ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଏହାକୁ ବ୍ଲକ୍ କରିଛନ୍ତି ଭାରତ ସରକାର । ମିଳିଥିବା ସୂଚନା ମୁତାବକ, ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟକୁ ଏ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ ତରଫରୁ ଏକ ଆଦେଶ ମିଳିଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଭାରତ ସରକାର ଏହି ଆପକୁ ବ୍ୟାନ୍ କରିଛନ୍ତି ।

ସୂଚନା ମୁତାବକ, ହତାଶ ବ୍ୟକ୍ତିମାନଙ୍କୁ ଏହି ଆପ୍ ସାହାଯ୍ୟରେ ଋଣ ଦେବାକୁ ପ୍ରଲୋଭିତ କରାଯାଉଥିଲା । ଋଣ ନେବା ପରେ ସୁଧର ପରିମାଣକୁ ୩ ହଜାର ପ୍ରତିଶତ କରିଦିଆଯାଉଥିଲା । ଏପରି ସ୍ଥିତିରେ ଋଣ ନେଇଥିବା ବ୍ୟକ୍ତି ଋଣରେ ବୁଡିବା ସହିତ ସୁଧ ସୁଝିବାରେ ଅସମର୍ଥ ହେଉଥିଲା । ତେବେ ଏପରି ଠକ ଆପକୁ ଭାରତ ସରକାର ବ୍ୟାନ୍ ଘୋଷଣା କରିବା ସହିତ ଚୀନକୁ କଡା ଜବାବ ଦେଇଛନ୍ତି ।

କିଛି ଦିନ ହେଲା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ କିଛି ଲୋକ ଆତ୍ମହତ୍ୟା କରିବା ନଜର ଆସିଥିଲା । ଏହା ପଛରେ ଅନଲାଇନ୍ ଋଣ ହିଁ ଦାୟୀ ବୋଲି ଜଣାପଡିଥିଲା । ଏହାପରେ ପୋଲିସ ଏନେଇ ଛାନଭିନ୍ କରିବା ସହିତ ଏହି ବଡ ଠକେଇର ପର୍ଦ୍ଦାଫାଶ କରିଥିଲା । ଗୃହ ମନ୍ତ୍ରାଳୟ ୬ ମାସ ତଳେ ୨୮ଟି ଋଣ ଦେଉଥିବା ଚୀନ ଆପର ବିଶ୍ଲେଷଣ ଆରମ୍ଭ କରିଥିଲା । ତା ସହିତ ପ୍ଲେ-ଷ୍ଟୋରରେ ଏହିଭଳି ୯୪ଟି ଆପକୁ ଖୋଜି ବାହାର କରିଥିଲା । ଏନେଇ ଅଧିକ ଛାନଭିନ୍ କରିବା ପରେ ଆଜି ଏନେଇ ବଡ ଆକ୍ସନ ନିଆଯାଇଛି ।