ବଲାଙ୍ଗୀର-ବିଛୁପାଲି ରେଳପଥ ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି ! ପଥରଚେପା ଦଳୀୟ ସଭାରେ କ’ଣ କହିବେ ପ୍ରଧାନମନ୍ତ୍ରୀ ?

103

କନକ ବ୍ୟୁରୋ : କନକ ବ୍ୟୁରୋ : ୧୫୪୫ କୋଟିର ପ୍ୟାକେଜ୍ ନେଇକି ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗୀରରେ ପହଞ୍ଚିଛନ୍ତି ମୋଦି । ଏଠାରେ ପହଞ୍ଚି ମୋଦି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦି । ସରକାରୀ କାର୍ଯ୍ୟକ୍ରମ ପରେ ପଥରଚେପାଠାରେ ଦଳୀୟ ସଭାରେ କଣ କହିବେ ସେ ଉପରେ ସମସ୍ତଙ୍କର ନଜର ରହିଛି ।

– ସବୁଜ ପତାକା ଦେଖାଇ ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂଆ ରେଳପଥର ଉଦଘାଟନ କରିଛନ୍ତି ନରେନ୍ଦ୍ର ମୋଦି ।

– ରାୟଗଡ଼ା ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କଲେ ମୋଦି ।

– ୬ଟି ନୂତ ପୋଷ୍ଟ ଅଫସ୍ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟ

– କଳାହାଣ୍ଡିର ଐତିହାସିକ ଅସୁରଗଡ଼ ଦୁର୍ଗ ସଂରକ୍ଷଣର ଶୁଭାରମ୍ଭ

– ଝାରସୁଗୁଡ଼ାରେ ବହୁମୁଖୀ ଆନୁଷଙ୍ଗିକ ପାର୍କର ଉଦ୍ଘାଟନ କଲେ ମୋଦି । ମୋଦି କହିଲେ ଏହାଦ୍ୱାରା ଶିଳ୍ପବହୁଳ ଝାରସୁଗୁଡ଼ାରେ ଆମଦାନ, ରପ୍ତାନୀରେ ସହାୟକ ହେବ

– ବଲାଙ୍ଗିର ରାଣୀପୁର ଝରିଆଲର ପୁନରୁଦ୍ଧାର ପ୍ରକଳ୍ପ, ବୌଦ୍ଧ ନୀଳମାଧବ, ସିଦ୍ଧେଶ୍ବର ମନ୍ଦିରର ସଂରକ୍ଷଣ କାର୍ଯ୍ୟର ଶୁଭାରମ୍ଭ

– ଝାରସୁଗୁଡ଼ା-ବିଜୟନଗରମ୍ ମଧ୍ୟରେ ଲାଇନ୍ର ବିଦ୍ୟୁତୀକରଣ । ନାଗାବଳୀ ନଦୀର ୫୮୮ ନମ୍ବର ରେଳପୋଲର ଲୋକାର୍ପଣ ।

– ସମ୍ବଲପୁର-ଅନୁଗୁଳ ମଧ୍ୟରେ ଲାଇନର ବିଦ୍ୟୁତୀକରଣ । ୮୧୩ କିମି ରେଳପଥର ବିଦ୍ୟୁତୀକରଣରେ ଖର୍ଚ୍ଚ ହେବ ୧୦୮୫ କୋଟି । ବରପାଲି-ଡୁଙ୍ଗୁରିପାଲି, ବଲାଙ୍ଗିର-ଦେଓଗାଁ ଲାଇନ୍ର ଦୋହରୀକରଣ କଲେ

– ମକର ସଂକ୍ରାନ୍ତି ଅବସରରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।

– କହିଛନ୍ତି ନୂଆବର୍ଷାର ପୁଣି ଥରେ ଓଡ଼ିଶା ଆସବାର ସୌଭାଗ୍ୟ ମିଳିଛି । ଓଡ଼ିଶାରେ ଯୋଗାଯୋଗର ମାଧ୍ୟମ ବିସ୍ତାର କରାଯାଉଛି ।

–  ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉଦଘାଟନ କରି ଖୁସି ଜାରି କରିଛନ୍ତି । ଏହାଦ୍ୱାରା ହଜାର ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟର ଦାବିକୁ ଦେଖି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର ଚାହିଦା ବୃଦ୍ଧି ପାଉଛି । ଗୁଣାତ୍ମକ ଶିକ୍ଷାକୁ ନଜରରେ ରଖି  ଏଠାରେ ୨୦୧୪ପରେ ବହୁଳ ସଂଖ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

– ପର୍ଯ୍ୟଟନର ବିକାଶ ଓଡ଼ିଶାରେ ନୂଆ ରୋଜଗାର ସୃଷ୍ଟି କରିବ । ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନ ଜାରି ରହିଛି । ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିବ, ଯୋଗାଯୋଗରେ ସୁଧାର ଆସିଲେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆସିବ ।

– ପ୍ରାୟ ୬ଟି ରେଳ ଲାଇନ ପାଇଁ ରାଜ୍ୟ ଦେଶର ଅନ୍ୟ ରାଜ୍ୟ ସହ ଯୋଡ଼ିହେବ । କୃଷକମାନେ ଭଲ ବ୍ୟବସାୟ କରିପାରିବେ । ଯୁବକମାନେ ମଧ୍ୟ ଦେଶର ଅନ୍ୟ ରାଜ୍ୟକୁ ଉଚ୍ଚ ଶିକ୍ଷାଲାଭ ପାଇଁ ଯାଇପାରିବେ  ।

– ଐତିହାସିକ କିର୍ତ୍ତିରାଜିର ପୁନରୁଦ୍ଧାର ଚାଲିଛି ।