ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମକୁ ସମ୍ବୋଧିତ କଲେ ମୋଦୀ। ଭର୍ଚ୍ଚୁଆଲ ମାଧ୍ୟମରେ ହେଲେ ସାମିଲ। 

56

କନକ ବ୍ୟୁରୋ: ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମକୁ ସମ୍ବୋଧିତ କରିଛନ୍ତି । ରୁଷର ବ୍ଲୋଦବୋସ୍ତକରେ ଆୟୋଜିତ କାର୍ଯ୍ୟକ୍ରମକୁ ଭର୍ଚୁଆଲ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ କରିଛନ୍ତି । ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଏହି ଯୁଦ୍ଧକୁ ଶେଷ କରିବା ପାଇଁ କୁଟନୀତି ସ୍ତରରେ ଆଲୋଚନା ପାଇଁ ଭାରତ ସୁବବେଳେ ଜୋର ଦେଇ ଆସିଛି ।

ଏଥିସହ ମୋଦି କହିଛନ୍ତି କି ଯଦି ଦୁନିଆର କୌଣସି ଏକ ଭାଗରେ କିଛି ବି ସମସ୍ୟା ସୃଷ୍ଟି ହୁଏ ତେବେ ଏହାର ପ୍ରଭାବ ପୂରା ବିଶ୍ୱରେ ପଡେ । କରୋନା ମହାମାରୀ ଓ ରୁଷ-ୟୁକ୍ରେନ ଯୁଦ୍ଧ ଏହା ସବୁଠୁ ବଡ ଉଦାହରଣ । ଖାଦ୍ୟ, ଶକ୍ତି ଓ ଇନ୍ଦନ ଚେନ ଯୁଦ୍ଧ ଯୋଗୁଁ ପ୍ର୍ରଭାବିତ ହୋଇଛି । ମୋଦି କହିଛନ୍ତି ଏହି ଯୁଦ୍ଧ ଗ୍ଲୋବାଲ ସପ୍ଲାଇ ଚେନରେ ମଧ୍ୟ ପ୍ରଭାବ ପଡିଛି ।