ଜଳବାୟୁ ପ୍ରଦୂଷଣର ପ୍ରମୁଖ କାରଣ ଆଧୁନିକ ଚାଷ : ସ୍ଥିତି ଅସମ୍ଭାଳ ଆଗରୁ ଜୈବିକ ପଦ୍ଧତିରେ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ, ହାଇବ୍ରିଡ୍ ବିହନ ଓ କୀଟନାଷକ ଯୋଗୁଁ ବଢୁଛି ପ୍ରଦୂଷଣ 

129

କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ଆଧୁନିକ ଚାଷ  । ପୁରୁଣା ଯୁଗକୁ ଫେର ନଚେତ୍ ଆଗକୁ ସ୍ଥିତି ଅସମ୍ବାଳ ହେବ ବୋଲି ଆକଳନ କିଲେଣି କୃଷି ବୈଜ୍ଞାନିକ । ଜୈବିକ ପଦ୍ଧତିରେ ଚାଷ କରି ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ କୃଷି ବିଜ୍ଞାନି ପରାମର୍ଶ ଦେଇଛନ୍ତି । ଆଉ କୋରାପୁଟର ଆଦିବାସୀ ଚାଷୀ ଜୈବିକ ପଦ୍ଧତିରେ ଦେଶୀ ବିହନରେ  ଚାଷ କରିବେ । ଏବଂ କୋରାପୁଟ୍ ରାଜ୍ୟରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ହବ୍ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ଚାଷରେ ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ । କୋରାପୁଟ ଜୟପୁର ଠାରେ ସ୍ୱାମୀନାଥନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ  ଜଳବାୟୁ ପରିବର୍ତ୍ତନର ବୈଠକରେ ଏମିତି କିଛି କହିଛନ୍ତି କୃଷି ବୈଜ୍ଞାନିକ । ବୈଜ୍ଞାନିକଙ୍କ ମତ ଅନୁସାରେ ଦେଶୀ କିସମ ବିହନକୁ ଛାଡ଼ି ହାଇବ୍ରିଡ଼ ବିହନକୁ ଆପଣାଇ ସେହି ଅନୁସାରେ ଚାଷ କରିବା ଦ୍ୱାର ସବୁଜିମାକୁ ନଷ୍ଟ ହେଉଛି । ଏହାସହ ଭଲ ଅମଳ ଆଶାରେ ସାର ପ୍ରୟୋଗ ଯୋଗୁଁ ଜଳ ପ୍ରଦୂଷଣ ହେବା ସହ ଜଳବାୟୁ ପରିବର୍ତ୍ତନ ହେଉଛି । ଆଉ ଏଥିରୁ ମୁକୁଳିବା ପାଇଁ ପୁଣି ଜୈବିକ ପଦ୍ଧତିରେ ଦେଶୀ ବିହନରେ ଚାଷ କରିବା ପାଇଁ କୃଷି ବିଜ୍ଞାନୀ କୋରାପୁଟ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।

ଜଳବାୟୁରେ ସନ୍ତୁଳନ ରଖିବା ପାଇଁ କୋରାପୁଟରେ ଆରମ୍ଭ ହୋଇଛି ଆଦିବାସୀଙ୍କ ଦ୍ୱାରା ଦେଶି କିସମ ଚାଷ । କମ ଅବଧି ଭିତରେ ହେଉଥିବା ଦେଶି କିସମ  ବିହନ ସାଙ୍ଗକୁ ବିଭିନ୍ନ େଓøଷଧିୟ ବୃକ୍ଷଲତା ଆଦିବାସୀଙ୍କ ଜୀବନ ଜୀବିକା ଓ ଜଳବାୟୁକୁ ସୁସ୍ଥ ରଖିବାରେ ସହୟକ ହୋଇପାରିବ । କୋରାପୁଟ ଜିଲ୍ଳାର ଜୟପୁର, କୋଟପାଡ଼, କୋରପୁଟର ବିଭିନ୍ନ ଆଦିବାସୀ ଗାଁରେ ସ୍ୱାମୀନାଥନ ରିସର୍ସଚ ଫାଉଣ୍ଡେସନ ଜୈବିକ ପଦ୍ଧତିର୍ ଚାଷ କାମ  କରୁଛି । ଜଳବାୟୁ ପରିବର୍ତ୍ତନରେ ଚାଷ ଯଦି ମୁଖ୍ୟ କାରଣ ହୁଏ ତେବେ ଏଥିପାଇଁ ରାଜ୍ୟରେ କୋରାପୁଟ ଜିଲ୍ଳା ହେବ ପ୍ରଥମ ଯିଏଅନ୍ୟକୁ ଦେବ ସଚେତନତାର ବାର୍ତ୍ତା ।