ଓମିକ୍ରନ୍ ପାଇଁ ମଡର୍ଣ୍ଣା ବୁଷ୍ଟର ଡୋଜ୍ । ଗୋଟିଏ ଡୋଜ୍ ନେବା ପରେ ପୂର୍ବ ତୁଳନାରେ ୨୦ ଗୁଣା ବୃଦ୍ଧି ପାଉଛି ଆଣ୍ଟିବଡି ସ୍ତର 

135

କନକ ବ୍ୟୁରୋ : ଓମିକ୍ରନ୍ ପାଇଁ ମଡର୍ଣ୍ଣା ବୁଷ୍ଟର ଡୋଜ୍ । କରୋନାର ଏହି ନୂଆ ଭ୍ୟାରିଆଣ୍ଟରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଡୋଜ୍ ଉପରେ ମଡର୍ଣ୍ଣା ଅଧ୍ୟୟନ ଆରମ୍ଭ କରିଛି  । ଫାଇଜର ଓ ବାୟୋ ଏନ୍ ଟେକ୍ ଓମିକ୍ରନ୍ ପାଇଁ ନିର୍ଦ୍ଦିଷ୍ଟ ଡୋଜ୍ ଉପରେ ଅଧ୍ୟୟନ କରୁଥିବା କହିବା ପରେ ମଡର୍ଣ୍ଣା ପକ୍ଷରୁ ମଧ୍ୟ ଅଧ୍ୟୟନ କରାଯାଉଥିବା କୁହାଯାଇଛି । ଏକ ଛୋଟ ଲାବରୋଟାରୀରୁ କରାଯାଇଥିବା ଅଧ୍ୟୟନର ତଥ୍ୟ ମଧ୍ୟ ଦେଇଛି ମଡର୍ଣ୍ଣା ।

ଏଥିରେ କୁହାଯାଇଛି ଯେ, ଓମିକ୍ରନ୍ ସଂକ୍ରମଣ ବିରୋଧରେ ବୁଷ୍ଟର ଡୋଜ୍ ଦ୍ୱାରା ମିଳିଥିବା ସୁରକ୍ଷା ୬ ମାସ ମଧ୍ୟରେ କମ୍ ହେବାର ସମ୍ଭାବନା ରହିଛି । ବର୍ତମାନ ବୁଷ୍ଟରର ଗୋଟିଏ ମାତ୍ର ଡୋଜ୍ ନେବା ପରେ ଓମିକ୍ରନ୍ ବିରୋଧୀ ଆଂଟିବଡି ସ୍ତର ପୂର୍ବ ତୁଳନାରେ ୨୦ ଗୁଣା ବୃଦ୍ଧି ପାଇଥାଏ  । ୬ ମାସ ପରେ ଆଂଟିବଡି ସ୍ତର ୬ ଗୁଣା ଅଧିକ କମ୍ ହୋଇଯାଉଛି । ଏହି ସମୟରେ ପ୍ରଥମ କରୋନା ଉପରେ ଆଂଟିବଡ଼ି ପାଖାପାଖି ଦୁଇ ଗୁଣା ବୃଦ୍ଧି ପାଇଥାଏ । ମଡର୍ଣ୍ଣା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଭବିଷ୍ୟତର ବିପଦକୁ ଦୃଷ୍ଟିରେ ରଖି ଓମିକ୍ରନ୍ ପାଇଁ ବୁଷ୍ଟର ଡୋଜକୁ ବିକଶିତ କରାଯାଉଛି ।