କନକ ବ୍ୟୁରୋ: ମୋବାଇଲ ଚୋରି ଗ୍ୟାଙ୍ଗକୁ ଧରିଲା ରାୟଗଡ଼ା ପୋଲିସ୍ । ସେମାନଙ୍କ ଠାରୁ ୩୫ଟି ମୋବାଇଲ ଜବତ ହୋଇଛି । ଏହାସହ ଗ୍ୟାଙ୍ଗର ସଦସ୍ୟ ଥିବା ୪ ଜଣ ନାବାଳକଙ୍କୁ ଧରିଛି ପୋଲିସ୍ । ଜୁଲାଇ ୨୪ରେ ସ୍ଥାନୀୟ ରଇତ କଲୋନିରେ ଥିବା ଏକ ମୋବାଇଲ ଦୋନାନରୁ ସଟର ତାଡ଼ି ୪୦ଟି ଦାମୀ ମୋବାଇଲ ଚୋରି କରିନେଇଥିଲେ ଦୁର୍ବୃତ୍ତ । ଏହାପରେ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ।  ୪ ଜଣ ନାବାଳକ ଚୋରିରେ ସାମିଲ ଥିବା ଜଣାପଡ଼ିବା ପରେ ପୋଲିସ୍ ସେମାନଙ୍କୁ ଧରିଥିଲା । ସେମାନଙ୍କ ଠାରୁ ୩୫ଟି ମୋବାଇଲ ଜବତ କରାଯାଇଛି ।

Advertisment