ଅଲିଭ ରିଡଲେଙ୍କୁ ସୁରକ୍ଷା ଦେବ ମୋବାଇଲ ଆପ୍: ବନାଞ୍ଚଳରେ ମତ୍ସ୍ୟଜୀବୀ ଓ ଡଙ୍ଗା ମାଲିକଙ୍କୁ ସଚେତନ କରୁଛି ବନ ବିଭାଗ

60

କନକ ବ୍ୟୁରୋ: ଗଞ୍ଜାମର ବିସ୍ତିଣ୍ଣ ବେଳାଭୂମିରେ ଗଣ ଅଣ୍ଡାଦାନ କରିବେ ରଲିଭ ରିଡ଼ଲେ କଇଁଛ । ତେବେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ସଜାଗ ଥିବା ବେଳେ ଏଫଏଫଏମଏ ଆପ ଜରିଆରେ କିଭଳି କଇଁଛଙ୍କୁ ସୁରକ୍ଷା ଦିଆଯାଇପାରିବ ସେନେଇ ଉଦ୍ୟମ ଆରମ୍ଭ ହୋଇଛି । ମତ୍ସ୍ୟଜୀବୀ ଓ ଡଙ୍ଗା ମାଲିକଙ୍କୁ ସଚେତନ କରୁଛନ୍ତି ବନ ବିଭାଗ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ଏହି ଆପ୍ ମୋବାଇଲରେ ରହିଲେ ସମୁଦ୍ର ଭିତରେ କେଉଁଠି ନୋ ଫିସିଙ୍ଗ ଜୋନ ରହିଛି ତାହା ଜାଣିହେବ । ଅଉ ନୋ ଫିସଙ୍ଗ ଜୋନକୁ ଗଲେ ଏହି ଆପ ଆଲର୍ଟ କରିଥାଏ । ବନ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ନୋ ଫିସିଙ୍ଗ ଜୋନକୁ ଯିବାରେ କଟକଣା ଜାରି କରାଯାଇଛି । ତଥାପି ମତ୍ସ୍ୟଜୀବୀ ମାନେ ସେଠାକୁ ଜାଣି ନପାରି ଚାଲିଯାଉଛନ୍ତି । ଯାହାଫଳରେ କଇଁଛ ମାନଙ୍କର ଅଧିଂକାଶ ସମୟରେ ମୃତ୍ୟୁ ହୋଇଥାଏ । ତେଣୁ ଏହି ଆପ୍ ମତ୍ସ୍ୟଜୀବୀଙ୍କ ପାଇଁ ବେଶ ସହାୟକ ହେବ ଆଉ କଇଁଛ ମାନଙ୍କୁ ମଧ୍ୟ ସୁରକ୍ଷା ମିଳିପାରିବ । ବନବିଭାଗର ୧୫ଜଣ କର୍ମଚାରୀ ପାଳି କରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିବା ବେଳେ ଗଣ ଅଣ୍ଡାଦାନ ପୂର୍ବରୁ ସମୁଦ୍ର ବେଳାଭୂମିକୁ ସଫା କରାଯାଉଛି । ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ଖଲିକୋଟ ବନାଂଚଳର ପ୍ରୟାଗୀ, ବଟେଶ୍ୱର, ପେଡମପେଟା, କାନ୍ତିଗଡ, ଗୋଖରକୁଦା ଓ ପୁରୁଣାବନ୍ଧ ଅଂଚଳର ମତ୍ସ୍ୟଜୀବୀ ମାନଙ୍କୁ ବନବିଭାଗ ଓ ସେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଆପ୍ ବିଷୟରେ ସଚେତନ କରାଯାଉଛି ।