୫-ଟି ନେଇ ସୁରଙ୍କ ଶର: ରାଜଧାନୀରେ ହନ୍ତସନ୍ତ ହେଉଛନ୍ତି ରୋଗୀ, ବାହାରେ ବୁଲି କି ସ୍ଥିତି ଦେଖୁଛନ୍ତି ୫-ଟି ?

631

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ କଟାକ୍ଷ କଲେ ସୁର । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଲା ବେଳେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସାଙ୍ଘାତିକ ଭାବେ ସମାଲୋଚନା କଲେ ବିଧାୟକ ସୁର ରାଉତରାୟ । ୫-ଟି ଏକ ପ୍ରହସନ କହି ଟି ନା ଚା’ ବୋଲି କହିଲେ ସୁର । ଲୋକଙ୍କ ସମସ୍ୟା ବୁଝିବାକୁ ୫-ଟି ଯେଉଁସବୁ ଜିଲ୍ଲା ବୁଲୁଛନ୍ତି ସେସବୁ ପ୍ରହସନ । ଏଇ ରାଜଧାନୀ ମେଡିକାଲର ସମସ୍ୟା ସମାଧାନ କରି ପାରୁନ ବାହାରକୁ କଣ ଯାଉଛ ବୋଲି ସୁର ସମାଲୋଚନାର ଶର ମାରିଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଲୋକେ ତଳେ ଗଡୁଛନ୍ତି । ତଳେ ଶୋଇଥିବା ରୋଗୀଙ୍କ ଦେହରେ ସାଲାଇନ ଲାଗିଛି, ବ୍ଲଡ ଦିଆଯାଉଛି । କୁଆଡେ ଗଲେ ୫-ଟି ସଚିବ । ରୋଗୀଙ୍କ କଥା ବୁଝ । ଏଇଠି ସସାଧାନ କରି ପାରୁନ ଅନ୍ୟ ଜିଲ୍ଲାରେ କି ସମାଧାନ ହେଉଥିବ ବୋଲି ସୁର ପ୍ରଶ୍ନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଥିଲେ ହେଁ ସରକାର ସେମାନଙ୍କୁ ସେବା ଦେଇପାରୁ ନାହାନ୍ତି ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇ ପାରେ ବୋଲି ସୁର ତେରେଛା ଶର ମାରିଛନ୍ତି ।

ତେବେ ୫-ଟି ନେଇ ପୂର୍ବରୁ ଅନେକ ଥର ସରକାରଙ୍କୁ ଘେରିଥିବା ସୁର ଆସି ରାଜଧାନୀ ଛାତିରେ ଥିବା ହସ୍ପିଟାଲର ସମସ୍ୟା ନେଇ ୫-ଟି ଉପରେ ଖପ୍ପା ହୋଇଛନ୍ତି ।