କଲେଜ ଗଭର୍ଣ୍ଣି ବଡିରୁ ବିଧାୟକ ବାଦ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ । ସୁଶାନ୍ତ ସିଂ କହିଲେ, କମିଟିରେ ବିଧାୟକ ସଭାପତି ନରହି ରୁହନ୍ତୁ ସଦସ୍ୟ…ଭିର୍ତ୍ତିଭୂମିର ହେବ ବିକାଶ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କରିବେ ଆଲୋଚନା

351

କନକ ବ୍ୟୁରୋ: ନେତା, ବିଧାୟକଙ୍କୁ କଲେଜ ପରିଚାଳନା କମିଟିରୁ ବାଦ ଦେବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ବିଧାୟକ ସଭାପତି ନ ରହି ସଦସ୍ୟ ଭାବେ ରୁହନ୍ତୁ । ବିଧାୟକ କମିଟିରେ ରହିବା କଥା । ଏହା ହେଲେ କଲେଜର ଭିତିଭୂମିର ବିକାଶ ହେବା ସହ ଅନେକ ସମସ୍୍ୟାର ସମାଧାନ ହୋଇପାରିବ । ଏ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

ଗତକାଲି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଥିଲେ, ବର୍ଷ ବର୍ଷ ଧରି କଲେଜ୍ ପରିଚାଳନା ସହ ସଂପୃକ୍ତ ରହୁଥିବା ନେତା ତଥା ସ୍ଥାନୀୟ ବିଧାୟକଙ୍କୁ ଏଣିକି ବାଦ୍ ଦିଆଯିବ । କଲେଜ ପରିଚାଳନା ପରିଷଦରେ ରହିବେନି ନିର୍ବାଚିତ ନେତା । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତିଙ୍କୁ କଲେଜ୍ ଗଭର୍ଣ୍ଣିଂ ବଡିର ସଭାପତି ଦାୟିତ୍ୱ ଦିଆଯିବ । ଶିକ୍ଷାବିତ, ଅଭିଭାବକ ଏବଂ ପୂର୍ବତନ ଛାତ୍ର ସଦସ୍ୟ ହେବେ । ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ ଏବଂ ପରିଚାଳନା ପରିଷଦ ସୁଦୃଢ ହେବ ଆଉ ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ବୟାନ ଉପରେ ବୟାନ ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ।