କନକ ବ୍ୟୁରୋ : ନିମାପଡା ବିଧାୟକ ସମୀର ଦାଶ, ରାସ୍ତା ନିର୍ମାଣର ଶିଳାନ୍ୟାସ କରିବାକୁ ଯାଇଥିବାବେଳେ ଘେରିଲେ ଗ୍ରାମବାସୀ । ରାସ୍ତା କାମ ଅଧାରୁ ନକରି ଗାଁର ଶେଷ ମୁଣ୍ଡରୁ କରିବା ପାଇଁ ବିଧାୟକଙ୍କୁ ଦାବି ଜଣାଇଥିଲେ ଚକରୋଡା ଗାଁର ଲୋକେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁ ସ୍ଥାନରେ ରାସ୍ତା ହେବା କଥା ସେହି ସ୍ଥାନରେ ରାସ୍ତା କରାଯାଉ ନାହିଁ । ଦୀର୍ଘଦିନ ହେବ ଚାରିଛକ ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗାଁକୁ ଭଲ ରାସ୍ତା ନଥିଲା ।

Advertisment

ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିବା ପରେ ଦୁଇଟି ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କାର ଅନୁଦାନ ଆସିଛି । ୧୦ଲକ୍ଷ ଟଙ୍କାରେ ପ୍ରଥମ ପର୍ଯ୍ୟାୟରେ କାମ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କାମ ଅଧାରୁ ନକରି ଗାଁ ଶେଷ ମୁଣ୍ଡରୁ କରିବାକୁ ଦାବି କରିଥିଲେ । ଏହି ସମୟରେ ବିଧାୟକଙ୍କ ପିଏସଓଙ୍କ ସହ ଗ୍ରାମବାସୀଙ୍କ ଠେଲାପେଲା ହୋଇଥିଲା । ତେବେ ଏସବୁ ଭିତରେ ରାସ୍ତାର ଶିଳାନ୍ୟାଶ କରିଥିଲେ ବିଧାୟକ । ଆଉ ଗ୍ରାମବାସୀଙ୍କ ଦାବି ଶୁଣିବା ପରେ, ବିଧାୟକ ତାଙ୍କ ପାଣ୍ଠିରୁ ଟଙ୍କା ଦେଇ ଅବଶିଷ୍ଟ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।