ଘରୁ ବାହାରି ପାରିବେନି ବିଜେଡି ନେତା ! ଖୋଲା ସଭାରେ ଆଳି ବିଧାୟକ ଦେଲେ ଚେତାବନୀ, କହିଲେ, ଗ୍ୟାଙ୍ଗଷ୍ଟରଙ୍କୁ ଦେଇଦେବେ ଟେଣ୍ଡର ।

39

କନକ ବ୍ୟୁରୋ : ବିଧାୟକଙ୍କ ମୁହଁରେ ବିବାଦୀୟ ବୟାନ । ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି । କର୍ମୀଙ୍କୁ ସମ୍ବୋଧନ କରିବାକୁ ଯାଇ ବିଧାୟକ କହିଛନ୍ତି, ୨୦୧୯ ନିର୍ବାଚନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ବିଜେଡି ନେତାଙ୍କୁ ଘରୁ ପଦାକୁ ବାହାର କରିଦିଆଯିବ ନାହିଁ । ଆଉ ଦରକାର ପଡିଲେ ଏଥିପାଇଁ ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେଇଦେବେ ।

ଖୋଲା ସଭାରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଦେଇଛନ୍ତି ଚେତାବନୀ । ସଫା ସଫା କହିଛନ୍ତି, ବିଜେଡି ନେତାଙ୍କୁ ଘରୁ ପଦାକୁ ବାହାର କରିଦେବେ ନାହିଁ । ଆଉ ଦରକାର ପଡିଲେ ଏଥିପାଇଁ ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେଇଦେବେ । ୨୦୧୯ ନିର୍ବାଚନରେ ଆଳିରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ଏହି କଂଗ୍ରେସ ବିଧାୟକ ।

ଦୁଇ ଦିନ ତଳେ ନିଜ ବାସଭବନ ପରିସରରେ ବିଧାୟକ ଦେବେନ୍ଦ୍ର ଶର୍ମା କର୍ମୀ ସମ୍ମିଳନୀ କରିଥିଲେ । ବିରୋଧୀ ବିଜେଡି ଓ ବିଜେପି ବିରୋଧରେ ଖୁବ୍ ବର୍ଷିଥିଲେ । ତେବେ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ବିଧାୟକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ବହୁ ଆପତ୍ତିଜନକ ଶବ୍ଦ ।

ଖୋଲା ସଭାରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ବିବାଦକୁ ଆସିଯାଇଛନ୍ତି ବିଧାୟକ ଦେବେନ୍ଦ୍ର ଶର୍ମା । ତେବେ ଭାଷଣର ଭିଡିଓ ଭାଇରାଲ୍ ହେବା ପରେ ଏନେଇ ସଫେଇ ରଖିଛନ୍ତି ବିଧାୟକ । ତେବେ ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏବେଠୁ ଜୋର ଧରିଲାଣି ରାଜନୀତି । ଏଭଳି ସ୍ଥିତିରେ କଂଗ୍ରେସ ବିଧାୟକ, ବିରୋଧୀ ଦଳ ପ୍ରତି ଦେଇଥିବା ଆପତ୍ତିଜନକ ଭାଷଣ ନୂଆ ବିବାଦ ସୃଷ୍ଟି କରିଛି ।