ସେବାର ସାକ୍ଷାତ ସେବକ: ବାପାଙ୍କ ଜୁଇ ଜାଳିବାର ୨୪ ଘଣ୍ଟା ପରେ ଡାକ୍ତରଖାନାକୁ ଫେରିଲେ ଏମକେସିଜିର ଡାକ୍ତର ନିହାର ରଞ୍ଜନ ସାହୁ ।

296

କନକ ବ୍ୟୁରୋ: ସେବା ହିଁ ଧର୍ମ । ଡ୍ୟୁଟି ପ୍ରତି ଡାକ୍ତରଙ୍କ ଗଭୀର ନିଷ୍ଠା । ପୁଅ ହିସାବରେ ପୁତ୍ର ଧର୍ମ ପାଳନ କରିବା ପରେ ଚିକିତ୍ସକ ହିସାବରେ କର୍ମକ୍ଷେତ୍ରକୁ ଫେରିଲେ ଡାକ୍ତର । ମୃତ ବାପାଙ୍କ ଅନ୍ତିମ ସଂସ୍କାର ସାରି ମାତ୍ର ୨୪ ଘଂଟା ଭିତରେ ଡାକ୍ତରଖାନାକୁ ଫେରି ଆସିଲେ ଡାକ୍ତର ନିହାର ରଂଜନ ସାହୁ । ବ୍ରହ୍ମପୁର ଏମକେସିଜିରେ ଆସିଷ୍ଟାଂଡ ପ୍ରଫେସର ଭାବେ ଚିକିତ୍ସା ଯୋଗାଉଛନ୍ତି ଡାକ୍ତର ନିହାର ।

ତେବେ କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ଡାକ୍ତର ନିହାର ନିଜେ ସଂକ୍ରମିତ ହୋଇଥିଲେ । ଯେଉଁ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ ସେହି ଡାକ୍ତରଖାନାରେ ରୋଗୀ ପାଲଟିଗଲେ । ସେପଟେ ନିହାରଙ୍କ ବାପା ନିଶାକର ସାହୁ ମଧ୍ୟ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ପୁଅ ସିନା କରୋନା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଭଲ ହୋଇଗଲେ ହେଲେ, ବାପା କରୋନାରେ ହାରିଗଲେ । ଘରେ ଚିକିତ୍ସାଧିନ ଅବସ୍ଥାରେ ନିଶାକରଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତର ନିହାର ଘରକୁ ଆସି ବାପାଙ୍କ ସଂସ୍କାର କରିଛନ୍ତି । ଆଉ ବାପାଙ୍କ ଅନ୍ତମସଂସ୍କାର ସରିବାର ମାତ୍ର ୨୪ ଘଂଟା ପରେ ପୁଣି ଡାକ୍ତରଖାନାକୁ ଫେରି ଆସିଛନ୍ତି ନିହାର । ବାପାଙ୍କୁ ହରାଇବାର ଦୁଃଖକୁ ନିଜ ଭିତରେ ଚାପି ସେବା ଯୋଗାଇବାକୁ ଆଗେଇ ଆସିଛନ୍ତି ଏହି ଡାକ୍ତର ।