ପୁଣି ହସ୍ପିଟାଲ୍ ବେଡରେ ମିଥୁନ୍ ! ଆମେରିକାରେ ଚାଲିଛି ଚିକିତ୍ସା ।

407

କିଛି ଦିନ ହେଲାଣି ଅସୁସ୍ଥ ରହୁଛନ୍ତି ବଲିଉଡର ଡିସ୍କୋ ଡ୍ୟାନସର ମିଥୁନ ଚକ୍ରବର୍ତ୍ତୀ । ଶେଷ ଥର ପାଇଁ ତାଙ୍କୁ ଡ୍ୟାନସିଙ୍ଗ ରିୟାଲିଟି ସୋ’ର ଜଜ୍ ହିସାବରେ ଦେଖିବାକୁ ପାଇଥିଲେ ଦର୍ଶକେ । କିନ୍ତ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ଆମେରିକା ଚାଲିଯିବା ସହ ସେଠାରେ ନିଜର ଚିକିତ୍ସା କରାଉଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଆମେରିକାର ଲସ୍ ଆଞ୍ଜେଲସରେ ଥିବା ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଦେଖାଶୁଣା ପାଇଁ ପୁଅ ମହାକ୍ଷୟ ଏବଂ ବୋହୂ ମଦାଲସା ଶର୍ମା ଡ଼ାକ୍ତରଖାନାରେ ଉପସ୍ଥିତ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମିଥୁନ ପିଠି ଯନ୍ତ୍ରଣାରେ ପୀଡ଼ିତ ଥିଲେ । ଏହା ଭଲ ନ ହୋଇ ବଢ଼ିବାରୁ ପରିବାର ଲୋକେ ତାଙ୍କର ଚିକିତ୍ସା ଆମେରିକାରେ କରାଇବା ପାଇଁ ଚିନ୍ତା କରିଥିଲେ । ଦୁଇ ବର୍ଷ ପୂର୍ବେ ନିଜର ଏହି ରୋଗର ଚିକିତ୍ସା ପାଇଁ ମିଥୁନ୍ ଚକ୍ରବର୍ତ୍ତୀ ଆମେରିକା ଯାଇଥିବା ବେଳେ ଏବେ ପୁଣି ତାଙ୍କୁ ଯିବାକୁ ପଡ଼ିଛି । ଫିଲ୍ମ ‘ଲକ୍’ର ସୁଟିଂ ସମୟରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମିଥୁନଙ୍କର ଏହି ସମସ୍ୟା ଆରମ୍ଭ ହୋଇଥିଲା ।