କନକ ବ୍ୟୁରୋ : ନାସା ରଚିଲା ଇତିହାସ । ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାରେ ନାସାର ମିଶନ ସଫଳ ହୋଇଛି । ଘଂଟା ପ୍ରତି ୨୪ କିଲୋମିଟର ବେଗରେ ଆଷ୍ଟେରଏଡ ସହ ଧକ୍କା ହେଲା ନାସାର ଡାର୍ଟ ସ୍ପେସ୍କ୍ରାଫ୍ଟ । ଯଦି ଭବିଷ୍ୟତରେ କେବେ ବି ପୃଥିବୀ ଉପରେ କୌଣସି ପ୍ରକାର ଆଷ୍ଟେରଏଡ ଆକ୍ରମଣ ହେବାର ଆଶଙ୍କା ଥିଲେ ଏହା ଦ୍ୱାରା ପୃଥିବୀକୁ ରକ୍ଷା କରାଯାଇପାରିବ । ଭାରତୀୟ ସମୟ ଭୋର ୪ଟା ୪୫ ମିନିଟରେ କୀର୍ତିମାନ ହାସଲ କରିଛି ନାସା । ଗ୍ରହାଣୁକୁ ଧକ୍କା ଦେବାରେ ଏହା ପ୍ରଥମ ମହାକାଶଯାନ ।

Advertisment

ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଏହି ଡାର୍ଟ ମହାକାଶଯାନ ଗ୍ରହାଣୁ ଡାଇମରଫସ୍କୁ ଧକ୍କା ଦେଇଥିଲା । ଡାଇମରଫସ୍ ଏକ ଦ୍ୱୟ ଗ୍ରହାଣୁର ଅଂଶବିଶେଷ । ଯେଉଁଥିରେ ଛୋଟ ଗ୍ରହାଣୁଟି ବଡ଼ ଗ୍ରହାଣୁର ଚାରିପଟେ ଚକ୍କର କାଟୁଥିବ । ଡାଇମରଫସ୍ ଗ୍ରହାଣୁର ଆକାର ୧୬୩ ମିଟର ରହିଛି । ୭୮୦ ମିଟର ବିଶିଷ୍ଟ ଡିଡିମାସ୍ ଗ୍ରହାଣୁର ଚାରିପଟେ ଘୁରି ବୁଲିଥିଲା । ଡାଇମରଫସ୍ ଓ ଡିଡାମସ୍ ଭିତରେ ଦୂରତା ୧ ଦଶମିକ ୨ କିଲୋମିଟର ରହିଛି । ନାସା ପ୍ରସ୍ତୁତ କରିଥିବା ଡାର୍ଟ ମହାକାଶଯାନର ଆକାର ୧୯ ମିଟର ଅଟେ । ୨୦୨୧ ନଭେମ୍ବର ୨୪ରେ ମହାକାଶକୁ ପଠାଯାଇଥିଲା ।ପ୍ରାୟ ୧୦ ମାସର ଯାତ୍ରା ପରେ ଭୋର ୪ଟା ୪୫ରେ ଧକ୍କା ଦେଇଛି । ମହାକାଶ ଯାନ ପ୍ରସ୍ତୁତ ଲାଗି ଖର୍ଚ୍ଚ ହୋଇଛି ୨୬ ଶହ କୋଟି ଟଙ୍କା