ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାତ ତିଆରି ୩୦ଲକ୍ଷ ଜାତୀୟ ପତାକା ପ୍ରଦାନ କଲେ ଏସଏଚଜି ଗ୍ରୁପ୍

100

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଅବସରରେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର ଚାଲିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦ ଲକ୍ଷ ଜାତୀୟ ପତାକା ତିଆରି କରିବାର ଦାୟିତ୍ୱ ଦିଆଯାଇଥିଲା ।

ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ତ୍ରିରଙ୍ଗା ତିଆରି କାମରେ ଲାଗିଥିଲେ । ଦୈନିକ ହାରାହାରି ସାଢ଼େ ୩ ଲକ୍ଷ ୪ ଲକ୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ତିଆରି ପାଇଁ ଲକ୍ଷ୍ୟ ରଖାଯାଇଥିଲା ।