ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ: ମିଶନ ଶକ୍ତି ଗୋଷ୍ଠୀ ମାଗଣାରେ ଯୋଗାଇଦେବେ ଜାତୀୟ ପତାକା

168

କନକ ବ୍ୟୁରୋ: ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ସ୍ୱାଧୀନତା ର ୭୫ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଛନ୍ତି ଅଭିନବ ନିଷ୍ପତ୍ତି । ରାଜ୍ୟବାସୀଙ୍କୁ ମାଗଣାରେ ପତାକା ଯୋଗାଇ ଦେବାକୁ ଦାୟିତ୍ୱ ଦିଆଯାଇଛି ମିଶନ ଶକ୍ତିକୁ ।

ରାଜ୍ୟର ମିଶନ ଶକ୍ତିର ମା’ ମାନେ ଜାତୀୟ ପତାକା ତିଆରି ଓ ବଣ୍ଟନ କରିବେ । ମିଶନ ଶକ୍ତିର ମା’ମାନଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଯେଉଁଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅନୁଦାନ ।