ମିଶନ୍ ୨୦୧୯

21

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିକାଶ ଉତ୍ସବରେ ଓଡିଶା କବଜା କରିବାର ବାର୍ତା । ମିଶନ ୨୦୧୯ର ରୋଡମ୍ୟାପ । ବିଜେପିର ପୋଷ୍ଟର ବଏ ମୋଦି ଓ ଷ୍ଟ୍ରାଟେଜୀଷ୍ଟ ଅମିତ ଶାହାଙ୍କ ନଜର ଓଡିଶା ଉପରେ ଥିବା ବେଳେ ଆଜି ତାର ପୁନାଦି ଖୋଳାଯାଇଛି । ରାଜନୀତିର କଥାକୁ ବେଶ ଚତୁରତାର ସହ ବଖାଣିଛନ୍ତି । ନବୀନଙ୍କୁ ସମାଲୋଚନା କଲେ, ଆଉ ଗରୀବି ମୁଦ୍ଦାକୁ ନେଇ ସରକାରକୁ ଘେରିଲେ । ପ୍ରଶ୍ନ ଉଠାଇଲେ, କାହିିଁକି ରାଜ୍ୟ ବିକାଶର ଧାରାରେ ସାମିଲ ହୋଇପାରୁନି । ଓଡିଶାର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ଉଠାଇଲେ ପ୍ରଶ୍ନବାଚୀ । ଯାହା ସ୍ପଷ୍ଟ ଦର୍ଶାଉଥିଲା ମିଶନ ୨୦୧୯ର ରୋଡମ୍ୟାପ ଧରି ମୋଦି ଆସିଥିଲେ ବାଲେଶ୍ୱର । ଏମିତି ବି ମୋଦି-ଶାହା ଯୋଡିଙ୍କ ଓଡିଶା ଦଖଲ ମନୋଭାବ ବେଶ ସ୍ପଷ୍ଟ । ରାଜ୍ୟ ସରକାରକୁ ଜଗାଇବାକୁ ପଡିବ କଥା କହି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ, ରାଜ୍ୟରେ ବିଜେପି ଆଗାମୀ ଦିନରେ ଏକ ବଡ ଭୁମିକାରେ ଆସିବାକୁ ଯାଉଛି । ନିର୍ବାଚନକୁ ଆହୁରି ତିନି ବର୍ଷ ଥିବା ବେଳେ ରାଜ୍ୟରେ କିଏ ହେବ ବିଜେପିର ସେନାପତି ସେହି କାର୍ଡ ଏବେଠୁ ଖେଳିବାକୁ ମୋଦି ଚାହିଁନଥିଲେ ।

ନିକଟରେ ଆସାମରେ ବିଜେପି ଏକାକି କ୍ଷମତାକୁ ଆସିବା ପରେ ବିଜେପି ରହିଛି ଫୁଲ କନଫିଡେଂଟ । ଓଡିଶାରେ ମଧ୍ୟ ସମାନ ମ୍ୟାଜିକ ଦୋହରାଇବାକୁ ଦଳ ଆଶା ରଖିଛି । ଆଉ ଏହି ଟାର୍ଗେଟରେ ହେଉଛି କାମ । ବିଜେଡିର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଆରମ୍ଭ ହୋଇଛି ପ୍ରୟାସ । ଚାଉଳ ଗହମ ପ୍ରସଙ୍ଗକୁ ନେଇ ତୁ ତୁ ମେଁ ମେଁ ଚାଲିଥବା ବେଳେ ଜଗମୋହନ ପ୍ରସଙ୍ଗକୁ ହାଇଜାକ କରିନେବାକୁ ଅଂଟା ଭିଡିଥିଲେ କେନ୍ଦ୍ର ବିଜେପିର ନେତୃବୃନ୍ଦ । ଏହାରି ଭିତରେ ଓଡିଶା ସମେତ ଉପକୂଳବର୍ତୀ ରାଜ୍ୟରେ ଥିବା ୨୦୬ ଲୋକସଭା ସିଟ ଉପରେ ରହିଛି ମୋଦି-ଶାହା ଯୋଡିଙ୍କ ନଜର । ୨୦୧୯ ସୁଦ୍ଧା ଏସବୁ ରାଜ୍ୟରେ ସ୍ଥିତି ସୁଦୃଢ କରି ଅଧିକରୁ ଅଧିକ ଆସନ ଜିତିବାକୁ ଲକ୍ଷ ରଖିଛି ଦଳ । ତେବେ ବିଜେପି ସବୁଠାରୁ ବଡ ଚାଲେଂଜ ସାମ୍ନା କରିବ ପଂଚାୟତ ନିର୍ବାଚନରେ । ୮ ମାସ ପରେ ହେବାକୁ ଥିବା ଏହି ନିର୍ବାଚନରେ ଦଳ ସାଂଗଠନିକ ଦୃଷ୍ଟିକୋଣରୁ କେତେ ଶକ୍ତ ଆଉ ୨୦୧୯ ବେଳକୁ ଦଳର ସ୍ଥିତି କଣ ହେବାକୁ ଯିବ ତାର ହେବ ଏସିଡ ଟେଷ୍ଟ ।

ଏହା ସହ ମୋଦିଙ୍କ କଟାକ୍ଷ