କନକ ବ୍ୟୁରୋ: ଘର ଦେବାକୁ କହି ଲୋକଙ୍କ ଠାରୁ ଠକିଥିଲେ ଟଙ୍କା । ଠକେଇ ଅଭିଯୋଗରେ କମ୍ପାନୀର ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଅର୍ଥନୈତିକ ଅପରାଧ ଶାଖା । ୧୫କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ ଆଡସିନାଲ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥକୁ ଗିରଫ କରିଛି ଇଓଡବ୍ଲୁ । ଫ୍ଲାଟ ଦେବା ନାଁରେ ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ୩୦ ମାସ ଭିତରେ ଫ୍ଲାଟ ଦେବାକୁ କହି ୨୦୧୬ରୁ ଟଙ୍କା ନେଇଥିଲେ, ହେଲେ ଏପର୍ଯ୍ୟନ୍ତ ଲୋକଙ୍କୁ ଘର ଦେଇ ନାହାଁନ୍ତି । ପାଖାପାଖି ୧୩୦ ଜଣ ଲୋକଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ନେଇଛିି ଏହି ସଂସ୍ଥା । ଚନ୍ଦକାରେ ଇଉତପିଆ ପ୍ରୋଜେକ୍ଟରେ ଘର ଦେବେ କହି ଲୋକଙ୍କୁ ଲଗାଇଥିଲେ ଚୂନା । ପୂର୍ବରୁ କମ୍ପାନୀ ମ୍ୟାନେଜିଙ୍ଗ ଡିରେକ୍ଟର ଜ୍ୟୋତି ରଂଜନ ମିଶ୍ରଙ୍କୁ ଗିରଫ କରିଥିଲା ଅର୍ଥନୀତି ଅପରାଧ ଶାଖା ।

Advertisment