ପୋଲିସର ଆଖି ଆଢୁଆଳରେ ଦୁଷ୍କର୍ମ ହେଉଛି ! ପୋଲିସର ଆଖି ଆଗରେ ଦୁଷ୍କର୍ମ ପୀଡିତାର ମୃତ୍ୟୁ ହେଉଛି ହେଲେ ପୋଲିସ ଯଦି ଖୋଲା ଖୋଲି ମହିଳାଙ୍କ ସହ ଅଶାଳୀନ ବ୍ୟବହାର କରେ ….
କନକ ବ୍ୟୁରୋ : ହାଥରସ୍ ମାମଲାକୁ ନେଇ ଏବେ ସାରା ଦେଶରେ ରାଜନୀତି ସରଗରମ । ସାରା ଦେଶର ବିଭିନ୍ନ ସହରରେ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରୁଥିବା ବେଳେ ଏହି ମାମଲାରେ ଏବେ ରାଜନୈତୀକ ଦଳମାନେ ରୁଟି ସେକିବା ଆରମ୍ଭ କରିଛନ୍ତି । ଗତକାଲି ପୀଡିତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିବା ବେଳେ କଂଗ୍ରେର ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୋଲିସ ଯେଭଳି ବ୍ୟବହାର କଲା ତାହା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଇତିହାସ ହୋଇ ରହିବ । ହେଲେ ପୋଲିସ ଉପରେ ଏହାଠାରୁ ଆହୁରି ମାରାତ୍ମକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମହିଳା କଂଗ୍ରେସ ଅଧ୍ୟକ୍ଷା ଅମ୍ରିତା ଧାୱନ ।
आज गांधी जी की जयंती है। उन्होंने हमें सत्य का पाठ पढ़ाया। अपने ऑफिसों में गांधी जी की तस्वीर लगाने वाले लोगों को कम से कम उनकी सिखाई गई चीजों पर कायम रहना चाहिए। https://t.co/ZhA3CZg2w7 pic.twitter.com/2ThPFXAs45
— UP Congress (@INCUttarPradesh) October 2, 2020
ସେ ଅଭିଯୋଗ କରିଛନ୍ତି କି ଦିଲ୍ଲୀରେ ମହିଳା କଂଗ୍ରେସ ପକ୍ଷରୁ ହାଥରସ୍ ପୀଡିତାଙ୍କୁ ନ୍ୟାୟ ଦେବାକୁ ବିକ୍ଷୋଭ ଚାଲିଥିବା ବେଳେ ପୋଲିସ ବର୍ବରତାର ସୀମା ଟପିଯାଇଛି । ରାହୁଲ ଓ ପ୍ରିୟଙ୍କା ସହ ଯେଭଳି ବ୍ୟବହାର କଲା ତାହା ତ ସମସ୍ତେ ଦେଖିଲେ ହେଲେ ପୋଲିସ ମୋତେ ଅସଭ୍ୟ ଭାବେ ଟଣା ଓଟରା କରିବା ସହିତ ମୋ ଡ୍ରେସକୁ ଉର୍ଦ୍ଦେଶ୍ୟ ମୂଳକ ଭାବେ ଚିରି ମୋତେ ଲୋକହସା କରିଛି । ଜଣେ ନେତ୍ରୀଙ୍କ ଉପରେ ଯଦି ଖୋଲା ଖୋଲି ପୋଲିସ ଏଭଳି ଆଚରଣ ଦେଖାଇ ପାରୁଛି ତାହାଲେ ପୀଡିତାଙ୍କ ପରିବାରକୁ ସେମାନେ ନ୍ୟାୟ ଦେବେ ତାହା ଏକ ହାସ୍ୟସ୍ପଦ ଆଶା । ଅନ୍ୟପଟେ ଅମ୍ରିତାଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୋଏଡା ଡିସିପି (ମହିଳା ସୁରକ୍ଷା) ବୃନ୍ଦା ଶୁକ୍ଳା । ସେ କହିଛନ୍ତି କି ‘ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ମୁଁ ନିଜେ ଉପସ୍ଥିତ ଥିଲି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିକ୍ଷୋଭ ସ୍ଥଳରେ ଶହ ଶହ ମହିଳା ପୋଲିସ ଉପସ୍ଥିତ ଥିଲେ । ବିକ୍ଷୋଭକାରୀ ମହିଳାଙ୍କ ସମ୍ମାନହାନୀ ହେବା ଭଳି କୌଣସି କାର୍ଯ୍ୟ ପୋଲିସ କରିନାହିଁ ।’
ସେପଟେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨ ଶହ ଲୋକଙ୍କ ନାମରେ ୟୁପି ପୋଲିସ ଏଫଆଇଆର ପଞ୍ଜିକରଣ କରିଛି । ସେମାନଙ୍କ ବିରୋଧରେ ପୋଲିସ ସଂଗୀନ ଅଭିଯୋଗ ଆଣି କହିଛି ଯେ ପ୍ରଥମତ ମହାମାରୀ ଆଇନର ଉଲଙ୍ଘନ କରିଛନ୍ତି କଂଗ୍ରେସ କର୍ମୀ । ଏହା ସହ ସେଠାରେ ୧୪୪ ଧାରା ଲାଗୁ କରାଯାଇଥିବା ସତ୍ତେ୍ୱ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ଶହ ଶହ ଲୋକ ଠୁଳ ହୋଇଥିଲେ । ବାରମ୍ବାର ପୋଲିସ ସେମାନଙ୍କୁ ଭିତରକୁ ନଯିବାକୁ ବାରଣ କରିବା ପରେ ବି ସେମାନେ ପ୍ରଥମେ ପୋଲିସ ସହ ଧସ୍ତା ଧସ୍ତି କରିଥିଲେ । ପୋଲିସ ବାଧ୍ୟ ହୋଇ ସେମାନଙ୍କୁ ସେଠୁ ଘଉଡାଇବାକୁ ଚେଷ୍ଟା କରିଥିଲା ।
Comments are closed.