ଖଣ୍ଡଗିରିରୁ ଅପହୃତ ନାବାଳିକାଙ୍କ ମୃତଦେହ କେନ୍ଦୁଝର ଜଙ୍ଗଲରୁ ଉଦ୍ଧାର

ଖଣ୍ଡଗିରିରୁ ଅପହୃତ ନାବାଳିକାଙ୍କ ମୃତଦେହ କେନ୍ଦୁଝର ଜଙ୍ଗଲରୁ ଉଦ୍ଧାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖଣ୍ଡଗିରିରୁ ଅପହୃତ ନାବାଳିକାଙ୍କ ମୃତଦେହ କେନ୍ଦୁଝର କୁମୁଡା ଜଙ୍ଗଲରୁ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି। ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଏନେଇ ଘସିପୁରା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ପୁଲିସ୍ କମିଶନର ୱାଇ. ବି. ଖୁରାନିଆ। କମିଶନରେଟ ପୁଲିସର ଏକ ଟିମ୍ କେନ୍ଦୁଝର ଗସ୍ତ କରିଛି। ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ମାମଲାର ଅଧିକ ଛାନଭିନ କରିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe