ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା : ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ

ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା : ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ

କନକ ବ୍ୟୁରୋ : ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା । ଗିରଫ ହେଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ ମାରିବା ଓ ପରେ ସ୍ଥାନୀୟ ଲୋକଙ୍କୁ ମାଡ ମାରିବା ଘଟଣାରେ ଅମରେନ୍ଦ୍ର ଗିରଫ ହୋଇଛନ୍ତି ।
ଏହି ମାମଲାରେ କଟକ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ବିଳମ୍ବିତ ରାତିରେ ଶାସକ ଦଳର ଏହି ନେତାଙ୍କୁ କଟକ ସଦର ଥାନା ପୁଲିସ ଗିରଫ କରିଛି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe