କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । 

66

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ  ଚାଷୀ ଆନ୍ଦୋଳନ ନେଇ ଚର୍ଚ୍ଚା । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀ ଆନ୍ଦୋଳନ ବାହାନାରେ ସେ କଂଗ୍ରେସକୁ ଟାର୍ଗେଟ ବି କରିଛନ୍ତି ।  ଚାଷୀଙ୍କୁ ଡରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି । ଗାଁ ଓ କୃଷକଙ୍କ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସର୍ବନିମ୍ନ ସହାୟକ ମୂଲ୍ୟରେ ଲାଭଂଶର ୫୦ପ୍ରତିଶତ ଯୋଡି ଦିଆଯିବା ଆରମ୍ଭ କରାଯାଇଥିବା କହିଛନ୍ତି ନରେନ୍ଦ୍ର ସିଂ ତୋମାର ।

ବିରୋଧୀ ଓ କୃଷକ ସଙ୍ଗଠନ ଏହି ଆଇନକୁ କଳା ଆଇନ ବୋଲି କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ଏଥିରେ କଣ କଳା ରହିଛି ତାହା ସେମାନେ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ କୃଷି ଆଇନକୁ ନେଇ ଅପପ୍ରଚାର କରାଯାଉଥିବା ବେଳେ ଆଇନର ପ୍ରାବଧାନକୁ ନେଇ କେହି ଚାଷୀଙ୍କୁ ବୁଝାଉନାହାନ୍ତି ।

ନୂଆ କୃଷି ଆଇନ ଦ୍ୱାରା ଚାଷୀଙ୍କ ଜମିକୁ ହଡପ କରିନିଆଯିବ ବୋଲି ଅପପ୍ରଚାର କରାଯାଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଏବଂ କଂଗ୍ରେସ ରକ୍ତରେ ଚାଷ କରେ ବିଜେପି ନୁହଁ ବୋଲି କହିଛନ୍ତି କେନ୍ଦ୍ର କୃଷୀ ମନ୍ତ୍ରୀ । କୃଷି ଆଇନରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ତାମାନେ ଏହା ନୁହଁଯେ ଆଇନରେ କଣ ତ୍ରୁଟି ରହିଛି । କେବଳ ଗୋଟିଏ ରାଜ୍ୟର ଚାଷୀଙ୍କୁ ବିଭ୍ରାନ୍ତ କରାଯାଇଥିବା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।

ନୂଆ କୃଷି ଆଇନ ସମ୍ପର୍କରେ କହିବା ପରେ ଏହି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ଅପପ୍ରଚାର କରାଯାଉଥିବା ରାଜ୍ୟସଭାରେ ନିଜ ବିବୃତିରେ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।