କନକ ବ୍ୟୁରୋ : ଡିପଫେକ୍ ଭିଡିଓ କଲେ ଓ ଏହାର ପ୍ରଚାର ପ୍ରସାର କରାଇଲେ ଭୋଗିବାକୁ ପଡିବ କଠୋର ଦ ଣ୍ଡ । ଏନେଇ ଚେତାଇ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣି ଦ ଣ୍ଡ ବିଧାନ କରିବାକୁ ଯାଉଛନ୍ତି ସରକାର । ଡିପଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ହେବ କଠୋର ଦଣ୍ଡବିଧାନ । ପ୍ରଚାର ପ୍ରସାର କରୁଥିବା ପ୍ଲାଟଫର୍ମ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆଜି ବିଭିନ୍ନ ସୋସିଆଲ ମିଡିଆ କମ୍ପାନି, ନାସକମ୍ ଏବଂ ଏଆଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ନିକଟରେ କିଛି ସେଲିବ୍ରେଟିଙ୍କ ଚେହେରାକୁ ନକଲ କରି ଆପତିଜନକ ଭିଡିଓ ସବୁ ପ୍ରଚାର ପ୍ରସାର କରାଯାଉଥିଲା । ସୋସିଆଲ ମିଡିଆରେ ଏଭଳି ଭିଡିଓର ପ୍ରସାର ପରେ ପ୍ରବଳ ତମ୍ବିତୋଫାନ ଲାଗିରହିଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ମଧ୍ୟ ନକଲ କରାଯାଇଥିବା ଦେଖିବାକୁ ମିଳିଛି । ସରକାର ଆଶଙ୍କା କରୁଛନ୍ତି ରାଜନୀତି କ୍ଷେତ୍ରରେ ଡିପଫେକ ଭିଡିଓର ବ୍ୟବହାର କରି ବ୍ୟକ୍ତିଗତ ଚିରତ୍ର ସଂହାର କରାଯାଇପାରେ । ଏଆଇ ଜରିଆରେ ଯେକୌଣସି ରାଜନେତାଙ୍କ ଭିଡିଓ କିମ୍ବା ଅଡିଓର ନକଲ କରି ସୋସିଆଲ ମିଡିଆରେ ଛାଡିଦେବାର ଆଶଙ୍କା ରହିଛି । ସାଧାରଣ ଲୋକଙ୍କ ପକ୍ଷେ କିଏ ଅସଲି, କିଏ ନକଲି ପରିଖିବାର ଉପାୟ ନଥିବ । ତେଣୁ କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ୪ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି ।
ଡିପଫେକ୍ ଭିଡିଓ ମୁକିବିଲାର ୪ ସୂତ୍ରୀ ଯୋଜନା
୧- ଡିପଫେକ୍ ଭିଡିଓର ଚିହ୍ନଟ
୨- ଏହାର ପ୍ରଚାର, ପ୍ରସାର ଉପରେ ରୋକ୍
୩- ଆପତ୍ତିଜନକ ଭିଡିଓ ସଂପର୍କରେ ରିପୋର୍ଟ
୪- ଏହାର ଅପକାରିତା ନେଇ ସଚେତନତା
ଆଜିିର ଯୁଗରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବାରୁ ଡିପଫେକ ଭିଡିଓର ପ୍ରଚାର ପ୍ରସାର ଖୁବଶୀଘ୍ର ହେବାର ଆଶଙ୍କା ରହିଛି । ସମାଜ ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ତେଣୁ ସମାଜ ଓ ଗଣତନ୍ତ୍ରର ବିଶ୍ୱସନୀୟତା ପାଇଁ, ଡିପଫେକ ଭିଡିଓ ଉପରେ ତୁରନ୍ତ ଓ କଠୋର ନିୟନ୍ତ୍ରଣର ଆବଶ୍ୟକତାକୁ କେନ୍ଦ୍ର ସରକାର ଉପଲବ୍ଧି କରୁଥିବା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/1700739649_ashwini-vaishnaw-1.jpg)