କନକ ବ୍ୟୁରୋ: ୟୁଟ୍ୟୁବର ଶ୍ୟାମ ରଙ୍ଗିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନକଲ କରି ସମସ୍ୟାକୁ ନିମନ୍ତ୍ରଣ କରିଛନ୍ତି । ଏପ୍ରିଲ ୧୩ ତାରିଖରେ ଶ୍ୟାମ ଝାଲାନା ଲିଓପର୍ଡ ରିଜର୍ଭର ଭିଡିଓ ଅପଲୋଡ କରିବା ପରେ ତାଙ୍କୁ ଲିଗାଲ ନୋଟିସ୍ ଜାରି କରିବା ସହ ତାଙ୍କ ବିରୋଧରେ ମାମଲା ଦାଏର କରିଛି ରାଜସ୍ଥାନ ବନବିଭାଗ ।

Advertisment

publive-imageଜୟପୁର ଆଞ୍ଚଳିକ ବନ ଅଧିକାରୀ ଜନେଶ୍ୱର ଚୌଧୁରୀଙ୍କ କହିବା ମୁତାବକ, ୟୁଟ୍ୟୁବ ଚ୍ୟାନେଲ ଶ୍ୟାମ ରଙ୍ଗିଲା ଉପରେ ଏପ୍ରିଲ ୧୩ ତାରିଖରେ ଝାଲାନା ଲିଓପର୍ଡ ରିଜର୍ଭର ଭିଡିଓ ଅପଲୋଡ କରାଯାଇଥିଲା । ଏହି ଭିଡିଓରେ ଶ୍ୟାମ ନିଜ ଗାଡିରୁ ଓହ୍ଲାଇ ନିଳଗାଇ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପାଖକୁ ଯାଇ ସେମାନଙ୍କୁ ଖାଇବାକୁ ଦେଇଥିଲେ । ହେଲେ ବନ୍ୟ ପ୍ରାଣୀଙ୍କୁ ଖାଦ୍ୟପଦାର୍ଥ ଖୁଆଇବା ବନ ଅଧିନିୟମ ୧୯୫୩ ଓ ବର୍ୟ ସଂରକ୍ଷଣ ଅଧିନିୟମ ୧୯୭୨ ର ଉଲଂଘନ । କାରଣ ବାହାର ଖାଦ୍ୟ ଖୁଆଇବା ଦ୍ୱାରା ସେମାନଙ୍କୁ ସଂକ୍ରମଣ ହୋଇପାରେ । ଏପରିକି ସେମାନଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ଏନେଇ ବନାଞ୍ଚଳରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି । ଏହା ସତ୍ତେ ଶ୍ୟାମ ରଙ୍ଗିଲା ନୀଳଗାଈଙ୍କୁ ଖାଦ୍ୟ ଖୁଆଇବା ଦଣ୍ଡନୀୟ ବୋଲି ବନ ଅଧିକାରୀ କହିଛନ୍ତି ।publive-image

କଥା ହେଉଛି ଶ୍ୟାମ ରଙ୍ଗିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଭଳି ଅବିକଳ ଡ୍ରେସ୍ ଓ ଓଭର ଜ୍ୟାକେଟ ପିନ୍ଧି ଅଭୟାରଣ୍ୟକୁ ଯାଇଥିଲେ । ମୋଦୀଙ୍କ ଷ୍ଟାଇଲରେ ଫଟୋ ଉଠାଇଥିଲେ । ତାଙ୍କ ପରି ଟୋପି ଓ ଚଷମା ମଧ୍ୟ ପିନ୍ଧିଥିଲେ । ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ନୀଳଗାଈକୁ ଖାଦ୍ୟ ଖୁଆଇବା ଉପରେ ବିବାଦ ସୃଷ୍ଟି ହୋଇଛି । କାରଣ ଏହାଦ୍ୱାରା ସେ ନିଜେ ବଣ୍ୟଜୀବ ଅପରାଧ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।