କନକ ବ୍ୟୁରୋ : ପୃଥିବୀର ପ୍ରତିଟି ମଣିଷର ଏକ ସ୍ୱପ୍ନ ଥାଏ କି ସେ କିଭଳି ଧନୀ ହୋଇପାରିବ । ଏନେଇ ସେ ସବୁବେଳେ ରୋଜଗାରର ନୂଆ ନୂଆ ତରିକା ଖୋଜିବାରେ ବ୍ୟସ୍ତ ଥାଏ । ଏବେ ଆମେ ଆପଣଙ୍କୁ ଏମିତି ଏକ ପିଲାର କଥା କହିବାକୁ ଯାଉଛୁ ଯେ କି, କେବଳ ମୋବାଇଲରେ ସେଲ୍ଫି ଉଠାଇ ତାହାକୁ ବିକ୍ରି କରି କୋଟିପତି ହୋଇପାରିଛନ୍ତି । ୨୨ ବର୍ଷର ଏହି ଯୁବକ କେବଳ ସେଲ୍ଫି ବିକ୍ରି କରି ୭ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଅନ୍ତର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଇଣ୍ଡୋନେସିଆରେ ରହୁଥିବା ୨୨ ବର୍ଷିୟ ଯୁବକ ସୁଲତାନ ଗୁସ୍ତାଫ ଅଲ ଘୋଜଲୀ ଏଭଳି କରି ଦେଖାଇଛନ୍ତି । ସୁଲତାନ କମ୍ପ୍ୟୁଟର ସାଇନ୍ସ ପଢୁଛନ୍ତି । ପିଲା ଜଣଙ୍କ ୧୮ ବର୍ଷ ବୟସରେ ନିଜର ୧୦୦ ଟି ସେଲ୍ଫି ନେଇଥିଲେ ।
ସୁଲତାନ “ଗୁଜାଲୀ ଏବ୍ରିଡ” ନାମରେ ଏକ ଭିଡିଓ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଏହାକୁ ସେ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରିଥିଲେ । ହେଲେ ଏବେ ଏନଏଫଟି (ନନ୍ ଫଞ୍ଜିବ୍ଲି ଟୋକନ) ଗୋଜାଲୀଙ୍କର ଏହି ପ୍ରୋଜେକ୍ଟକୁ କିଣି ନେଇଥିଲେ । କହିରଖୁ କି ଏନଏଫଟି ଡିଜିଟାଲ ଏକ ଡିଜିଟାଲ ପ୍ଲାଟଫର୍ମ ଅଟେ ଓ ଏହା ବ୍ଲକଚେନ ଟେକ୍ନୋଲୋଜୀ ବ୍ୟବହାର କରି କିଣା ବିକ୍ରି କରିଥାଏ ।
ଇଣ୍ଡୋନେସିଆର ରହୁତିବା ଏହି ଯୁବକଙ୍କ ଫଟୋ ଏନଏଫଟି କଲେକ୍ଟର୍ସ କିଣି ନେଇଥିଲେ । ଏହାପରେ ଗୋଜଲୀଙ୍କ ଏହି ସେଲ୍ଫି କ୍ରିପ୍ଟୋକରେନ୍ସି ପାଇଁ ଏନଏଫଟି ନିଲାମୀ ସାଇଟରେ ବିକ୍ରି କରାଯାଇଥିଲା । ଏନେଇ ସୁଲତାନ କହିଛନ୍ତି କି ସେ କେବେ ବି ଭାବି ନଥିଲେ କି ତାଙ୍କ ସେଲ୍ଫି କୋଟି କୋଟି ଟଙ୍କାରେ ବିକ୍ରି ହୋଇପାରିବ । ସୁଲତାନ କହିଛନ୍ତି କି ଏହି ନିଲାମୀରେ ସେ ତାଙ୍କ ସେଲ୍ଫିର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୩ ଡଲାର ରଖିଥିଲେ ।
ଏହାପରେ ଜଣେ ସେଲିବ୍ରେଟି ଏହି ସେଲଫିକୁ କିଣିନେଇ ସୋସିଆଲ ମିଡିଆରେ ପ୍ରମୋସନ କରିଥଲେ । ଏହାପରେ ୪୦୦ ରୁ ଅଧିକ ଲୋକ ଏହି ସେଲଫିକୁ କିଣି ନେଇଥିଲେ । ଏହାପରେ ଏହି ସେଲଫି ବାବଦରେ ସୁଲତାନଙ୍କୁ କୋଟି କୋଟି ଟଙ୍କା ମିଳିଥିଲା । ଏତେ ଟଙ୍କା ପାଇଥିଲେ ବି ସୁଲତାନ ଏନେଇ ତାଙ୍କ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନଥିଲେ । ଏବେ ସୋସିଆଲ ମିଡିଆରେ ୪୦ ହଜାରରୁ ଅଧିକ ଲୋକ ସୁଲତାନଙ୍କୁ ଫଲୋ କରୁଛନ୍ତି । କିଛିଦିନ ପୂର୍ବରୁ ସୁଲତାନ ଆୟକର ଭରିଥିବା ଜଣାପଡିଛି ।