କେନ୍ଦୁଝରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ ! ଢାଳିଲେ ଲିଟର ଲିଟର କ୍ଷୀର

98

କନକ ବ୍ୟୁରୋ : କ୍ଷୀର ଢାଳିଲେ ଆଉ ପ୍ରତିବାଦ କଲେ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭିନବ ପ୍ରତିବାଦ । ଲିଟର ଲିଟର କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ । ପାଂଚ ଦଫା ଦାବି ନେଇ ଶତାଧିକ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି । ଦିନକୁ ଦିନ ରାଜ୍ୟରେ ଚାଷୀ ସମସ୍ୟା ଉତ୍କଟ ହେଉଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହେଉଛି । ହେଲେ ଚାଷୀଙ୍କୁ ତାଙ୍କର ପ୍ରକୃତ ହକ୍ ମିଳିପାରୁନାହିଁ । ଫଳରେ ଏହାର ପ୍ରତିବାଦ କରି ରାଜରାସ୍ତକୁ ଓହ୍ଲାଇଛନ୍ତି ଚାଷୀ ।

ସୂଚନା ଅନୁସାରେ କେନ୍ଦୁଝରର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଲୋକ ଏହି ଅଭିନବ ପ୍ରତିବାଦରେ ସାମିଲ ହୋଇଥିଲେ । ସେମାନଙ୍କ ଅଭିଯୋଗ ଥିଲା ପାଂଚ ବର୍ଷ ଭିତରେ କ୍ଷୀର ଲିଟର ପିଛା ମୂଲ୍ୟ ବୃଦ୍ଧି ପାଉନି । ଦାନା ମୂଲ୍ୟ ବଢ଼ୁଛି ହେଲେ କ୍ଷୀର ମୂଲ୍ୟ ବୃଦ୍ଧି ପାଉନି । ଯେଉଁମାନେ ଗାଈ ଚାଷୀଥିଲେ କ୍ଷୀରର ଉଚିତ ମୂଲ୍ୟ ମିଳୁନଥିବାରୁ ବର୍ତ୍ତମାନ ଗାଈ ବିକ୍ରି କରି ବାହାରକୁ ପଳାଇଗଲେଣି । ରାଜ୍ୟ ସରକାର ସମସ୍ତଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ହେଲେ କ୍ଷୀର ଚାଷୀଙ୍କ ପାଇଁ ବୈମାତୃକ ମନୋଭାବ କାହିଁକି ରଖିଛନ୍ତି ବୋଲି ଅଭିଯୋଗ ରହିଛି ।