ଯାଜପୁରରେ ମିକା ସିଂଙ୍କ ମେହଫିଲ୍ : କମାଲ୍ ଦେଖାଇଲେ ଅଭିଜିତ୍ ମଜୁମଦାର୍

35

କନକ ବ୍ୟୁରୋ : ଯାଜପୁର ଜିଲା ପୈାର ପରିଷଦର ୧୫୦ ବର୍ଷ ପାଳନ ଓ ଜିଲ୍ଲା ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉତ୍ସବର ତୃତୀୟ ସନ୍ଧ୍ୟା । ମଂଚରେ ଦେଖିବାକୁ ମିଳିଥିଲା ବଲିଉଡ୍ କଣ୍ଠଶିଳ୍ପୀ ମିକା ସିଂଙ୍କ ଜବରଦସ୍ତ ମେହଫିଲ୍ । ଓଲିଉଡ୍ ମେଲୋଡ଼ିମେକର୍ ଅଭିଜିତ୍ ମଜୁମଦାର ମଧ୍ୟ ଢେର ସମୟ ଧରି ଶ୍ରୋତା ଓ ଦର୍ଶକଙ୍କୁ ବାନ୍ଧିରଖିଥିଲେ ।

ମିକା ସିଂଙ୍କ ଧୂନରେ ବେଶ କିଛି ସମୟ ଧରି ଝୁମିଥିଲା ଯାଜପୁରର ମାଟି । ଦର୍ଶକ ମନଭରି ଉପଭୋଗ କରିଥିଲେ ଏହି ବଲିଉଡ କଣ୍ଠଶିଳ୍ପୀଙ୍କ ଗାୟକୀକୁ । ଅନ୍ୟପଟେ ନିଜ ଚିରାଚରିତ ମନଜିଣା ଷ୍ଟାଇଲରେ ଶ୍ରୋତା ଓ ଦର୍ଶକଙ୍କ ମନୋରଂଜନ କରିଥିଲେ ଅଭିଜିତ ମଜୁମଦାର ।

ଯାଜପୁର ମ୍ୟୁନିସିପାଲିଟି ମହାସମାରୋହର ତୃତୀୟ ସନ୍ଧ୍ୟା ତାରକାଙ୍କ ଗହଣରେ ବେଶ ଉପଭୋଗ୍ୟ ହୋଇଥିଲା । ଶେଷରେ ମିକା ସିଂଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମ୍ବର୍ଦ୍ଧିତ କରିଥିଲେ । ଚତୁର୍ଥ ସନ୍ଧ୍ୟାରେ ମଧ୍ୟ ଏଭଳି ଉପଭୋଗ୍ୟ ଆସର ଜାରି ରହିବ ।