କନକ ବ୍ୟୁରୋ : ୮ ଜାନୁଆରୀ ୨୦୧୩ରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି)ର ମୁଖ୍ୟ ପରାମର୍ଶଦାତା ଇ ଶ୍ରୀଧରନ୍ କହିଥିଲେ,ଯେ ଭୁବନେଶ୍ୱର ପାଇଁ ମେଟ୍ରୋ ରେଳ ସେବା ଉପଯୁକ୍ତ ନୁହେଁ । କାରଣ ଏହା ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କ ପାଇଁ ଅଧିକ ଉପଯୁକ୍ତ । ତେଣୁ ଭୁବନେଶ୍ୱରରେ ମେଟ୍ରୋ ବଦଳରେ ଦ୍ରୁତ ବସ୍ ବ୍ୟବସ୍ଥା କିମ୍ବା ହାଇ ସ୍ପିଡ୍ ଟ୍ରମୱେ ସିଷ୍ଟମକୁ ଆପଣାଇବା ଦରକାର । ୯ ଜାନୁୟାରୀ ୨୦୧୩ ରେ, ଇଞ୍ଜିନିୟରିଂ ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ୍ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ବାବଦରେ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲା ।

Advertisment

୨୩ ଅଗଷ୍ଟ ୨୦୧୪ ରେ, ଭୁବନେଶ୍ୱର ଏବଂ କଟକ ମଧ୍ୟରେ ୩୦ କିଲୋମିଟର ଦୂର ଏକ ଦ୍ରୁତ ଗତିରେ ଗମନାଗମନ ବ୍ୟବସ୍ଥା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ବାଲାଜୀ ରେଲୱେ ସିଷ୍ଟମ ଲିମିଟେଡ୍ ସହିତ ଏକ ଚୁକ୍ତିନାମା କରିଥିଲେ । ଏହାପରେ ଜାନୁଆରୀ ୨୦୧୩ ରେ, ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ୍ କହିଥିଲେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ, ମେଟ୍ରୋ ରେଳ ପାଇଁ ଉପଯୁକ୍ତ ନୁହେଁ । ଫେବୃଆରୀ ୨୦୧୭ ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଭୁବନେଶ୍ୱରରେ ମେଟ୍ରୋ ରେଳ ବ୍ୟବସ୍ଥା ପାଇଁ ତୁରନ୍ତ ସମ୍ଭବନା ନାହିଁ ଏବଂ ଏହା ବଦଳରେ ଏକ ବସ୍ ଦ୍ରୁତ ଗମନାଗମନ ବ୍ୟବସ୍ଥା ବିକଶିତ ହେବ ।