କନକ ବ୍ୟୁରୋ : ଆର୍ଜେଣ୍ଟିନା ଲିଜେଣ୍ଡ ତଥା ପ୍ରତିଷ୍ଠିତ ଫୁଟବଲ ଖେଳାଳୀ ଲିଓନେଲ ମେସୀ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପରେ ନିଜ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ । ଏନେଇ ମେସି ଗୁରୁବାର ସୂଚନା ଦେଇ କହିଛନ୍ତି କୌଣସି ଫୁଟବଲ ପ୍ରେମୀ ଏହି ଖବର ଶୁଣିବାକୁ ଚାହିଁବେ ନାହିଁ । କିନ୍ତୁ ଏହା ସତ କାତାର ବିଶ୍ୱ କପ ହେଉଛି ତାଙ୍କର ଶେଷ ମ୍ୟାଚ ।

Advertisment

ଯଦିଓ ସେ ଶାରିରୀକ ଭାବେ ସୁସ୍ଥ ଅଛନ୍ତି ହେଲେ ବହୁବାର ଆଘାତ ପାଇବା କାରଣକୁ ସେ ଅବସର ନେଉଥିବା କୁହାଯାଉଛି । ମେସୀ ଫୁଟବଲ ବିଶ୍ୱକପରେ ୨୦୦୬ରୁ ୨୦୧୮ ମଧ୍ୟରେ ୧୯ଟି ମ୍ୟାଚ ଖେଳି ୬ଟି ଗୋଲ ଦେଇଛନ୍ତି । ବିଶ୍ୱକପରେ ତାଙ୍କ ଗୋଲ ହାର ପ୍ରତି ମ୍ୟାଚରେ ଶୂନ ଦଶମିକ ୩୨ ରହିଥିବା ବେଳେ ସାଧାରଣ ମ୍ୟାଚରେ ଗୋଲ ହାର ଶୂନ ଦଶମିକ ୫୩ ରହିଛି । ତେବେ ଆର୍ଜେଣ୍ଟିନା ଆସନ୍ତା ନଭେମ୍ବର ୨୨ରେ ଫିଫା ବିଶ୍ୱକପର ପ୍ରଥମ ମ୍ୟାଚ ସାଉଦି ଆରବି ସହ ଖେଳିବ ।