ଜାମିନରେ ଗଲେ ମେହୁଲ ଚୋକସି : ଚିକିତ୍ସା ପାଇଁ ଜାମିନ ମଞ୍ଜୁର କରିଛନ୍ତି ଡୋମିନିକା କୋର୍ଟ

60

କନକ ବ୍ୟୁରୋ : ୧୩ ହଜାର ୫୦୦ କୋଟି ଟଙ୍କାର ପଂଜାବ ନାସନାଲ୍ ବ୍ୟାଙ୍କ ଠକେଇର ଫ୍ରଡ୍ ମାଷ୍ଟର ମେହୁଲ ଚୋକସିକୁ ଜାମିନ ମିଳିଛି । ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ଡୋମିନିକା ହାଇକୋର୍ଟ ଅନୁମତି ଦେଇଛନ୍ତି । ଅସୁସ୍ଥ ଥିବା ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ । ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବା ଅଭିଯୋଗରେ ମେ’ ୨୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

ଜାମିନ ପାଇବା ପରେ ଚିକିତ୍ସା ପାଇଁ ଆଂଟିଗୁଆ ଓ ବରବୁଡ଼ା ପାଇପାରିବେ ମେହୁଲ । ୨୦୧୮ ମସିହାରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହେବା ପରେ ମେହୁଲ ଚୋକସି, ଭାରତ ଛାଡି ଚାଲି ଯାଇଥିଲେ । ଆଂଟିଗୁଆର ନାଗରିକତ୍ୱ ଗ୍ରହଣ କରି ସେଠାରେ ରହୁଥିଲେ । ଦୁଇ ମାସ ତଳେ ଆଂଟିଗୁଆରୁ ଡୋମିନିକାକୁ ଚାଲି ଆସିଥିଲେ ମେହୁଲ । ଏହାକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଡୋମିନିକା ପୁଲିସ ତାଙ୍କୁ ଗିରଫ କରିଥିଲା । ଭାରତ ସରକାରଙ୍କ ଏଜେଂଟ ତାଙ୍କୁ ଅପହରଣ କରିଥିବା ନେଇ ଯୁକ୍ତି ବାଢିଥିଲେ ମେହୁଲଙ୍କ ଓକିଲ ।