କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ହିନ୍ଦୁ-ମୁସଲିମଙ୍କୁ ନେଇ ଯେଉଁ ଟିପ୍ପଣୀ କରିଥିଲେ ତାହାକୁ ନେଇ ଏବେ ତେଜିଛି ରାଜନୀତି । ଗୁଲାମ ଏକ ସଭାରେ କହିଥିଲେ, ଭାରତର ମୁସଲମାନ ହେଉଛନ୍ତି ଧର୍ମାନ୍ତରିତ ହିନ୍ଦୁ । କେହି ମଧ୍ୟ ଦେଶ ବାହାରୁ ଆସିନାହାନ୍ତି । ମୁସଲିମ୍ ଧର୍ମ ୧୫୦୦ ବର୍ଷ ପୂର୍ବରୁ ଆସିଛି । କିନ୍ତୁ ହିନ୍ଦୁ ଧର୍ମ ବହୁତ ପୁରୁଣା । ୬୦୦ ବର୍ଷ ପୂର୍ବରୁ କାଶ୍ମୀରରେ ମୁସଲମାନ କିଏ ଥିଲେ? ସମସ୍ତେ କାଶ୍ମୀର ପଣ୍ଡିତ ହିଁ ଥିଲେ । ଏହି ମାଟିରେ ଆମର ଜନ୍ମ ହୋଇଛି, ଏହି ମାଟିରେ ହିଁ ଆମର ମୃତ୍ୟୁ ହେବ ।
ଗୁଲାମ ନବୀ ଆଜାଦଙ୍କ ବୟାନକୁ ନେଇ ମୁହଁ ଖୋଲିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ମେହବୁବା କହିଛନ୍ତି, ମୋତେ ଜଣାନାହିଁ ଯେ ଗୁଲାମ କେତେ ପଛକୁ ଚାଲି ଯାଇଛନ୍ତି ଏବଂ ନିଜର ପୂର୍ବଜଙ୍କୁ ନେଇ କଣ ଜ୍ଞାନ ଅଛି । ମୁଁ ତାଙ୍କୁ ଆହୁରି ପଛକୁ ଫେରି ଯିବାକୁ ପରାମର୍ଶ ଦେବି । ଏତେ ପଛକୁ ଯିବା ଦ୍ୱାରା ହୋଇପାରେ ତାଙ୍କ ପୂର୍ବଜ କିଛି ମାଙ୍କଡ ବାହାରି ପାରନ୍ତି ।
ଗୁଲାମ ନବୀ ଆଜାଦ ଗତ ବର୍ଷ କଂଗ୍ରେସର ହାତ ଛାଡି ନିଜର ଏକ ଦଳ ଗଠନ କରିଥିଲେ । କଂଗ୍ରେସ ସହ ଦୀର୍ଘ ୫ ଦଶନ୍ଧିର ସମ୍ପର୍କ ଭାଙ୍ଗି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିଲେ ଗୁଲାମ । ଦଳ ଛାଡିବା ପରେ କଂଗ୍ରେସକୁ ବାରମ୍ବାର ଆଲୋଚନା କରୁଛନ୍ତି ଗୁଲାମ ନବୀ ଆଜାଦ ।
Follow Us