ପ୍ରବଳ ବର୍ଷା ଓ ଭୁସ୍କଳନରେ ଧରାଶାୟୀ ମେଘାଳୟ ଓ ଆସାମ। ୩ଦିନରେ ମୋଟ ୪୦ଜଣଙ୍କ ଜୀବନ ନେଲାଣି କରାଳ ବନ୍ୟା। 

155

କନକ ବ୍ୟୁରୋ: ଉତ୍ତପ୍ତ ଗରମରେ ସିଜୁଛି ସାରା ଦେଶ ।  ଖରା ଗରମରେ ଛଟପଟ ହେଉଛି ଉତ୍ତର ଭାରତ । ସେପଟେ ପୂର୍ବୋର୍ତ୍ତର ରାଜ୍ୟ ଆସାମ ଓ ମେଘାଳୟରେ ପୁଣି  ଦେଖାଦେଇଛି ବନ୍ୟାର କରାଳ ରୂପ । ୩ ଦିନର ଲଗାଣବର୍ଷା ମେଘାଳୟରେ ଆଣିଛି ବଡଧରଣର ବନ୍ୟା ସମସ୍ୟା । ବିଶେଷ କରି ଦକ୍ଷିଣ ମେଘାଳୟର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କେଉଁଠି ପୋଲ ଭୁୁଷୁଡିଯାଉଛି ତ ପୁଣି କେଉଁଠି ଘରଦ୍ୱାରା ବନ୍ୟା ପାଣିରେ ଫଶିରହିଛି । ଗାଇଗୋରୁ ଧନଜୀବନ ସବୁ କିଛି ଭାସିଯାଇଛି ବନ୍ୟା ପାଣିରେ ।

ମେଘାଳୟ ପରି ଆସାମରେ ମଧ୍ୟ ବନ୍ୟା ବିଭିଷୀକା ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଆସାମରେ ଏବେ ସୁଦ୍ଧା ୪୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । କେବଳ ବର୍ଷା ଓ ବନ୍ୟା ନୁହେଁ ଭୁସ୍କଳନ ଯୋଗୁଁ ବଡ ଧରଣର କ୍ଷୟକ୍ଷତି ହେଉଛି । ଗତ ମାସରେ ଆସାମରେ ବଡଧରଣର ବନ୍ୟା ଆସିବା ସହ ରାଜ୍ୟକୁ ବିଶେଷ କ୍ଷୟକ୍ଷତି ସହ୍ୟକରିବାକୁ ପଡିଥିଲା । କିଛି ଦିନ ନପୁରୁଣୁ ପୁଣି ବନ୍ୟା ବଡ ସମସ୍ୟାଭାବେ ଛିଡା ହୋଇଛି ।

ମୌସୁମୀ ଆସିବା ପୂର୍ବରୁ ହିଁ ବନ୍ୟା ସମସ୍ୟା ଦେଇ ଗତିକରୁଛନ୍ତି ଉଭୟ ଆସାମ ଓ ମେଘାଳୟ । ଆଞ୍ଚଳିକ ପାଣିପାଗ ବିଭାଗ ଅରୁଣାଚଳପ୍ରଦେଶ, ଆସାମ, ମେଘାଳୟ,ପଶ୍ଚିମବଙ୍ଗ, ସିକିମ, ନାଗାଲାଣ୍ଡ ପାଇଁ ଅରେଞ୍ଜ ଆର୍ଲଟ ଜାରିକରିଛି । ଆଗାମୀ ୫ଦିନ ଧରି ଏହି ସମସ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରାଯାଇଛି