କନକ ବ୍ୟୁରୋ : ଭାରତର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ ସମେତ ୨୦ରୁ ଅଧିକ ବିରୋଧୀ ଦଳ ଏକାଠୀ ହେବାକୁ ଯାଉଛନ୍ତି । ଶୁକ୍ରବାର ବିହାରର ପାଟଣାରେ ହେବାକୁ ଥିବା ଏହି ବୈଠକରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଏଥିପାଇଁ ବିହାରରରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମୋଦୀ ସରକାରକୁ ହରାଇବାକୁ ବିରୋଧୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ୫୪୩ ଲୋକସଭା ଆସନରେ ବିଜେପି ବିରୋଧୀରେ ୨୦ ବିରୋଧୀ ଦଳ ମିଶି ଏକକ ପ୍ରାର୍ଥୀ ଦେବାକୁ ଯୋଜନା କରିଛନ୍ତି । ନିଜ ନିଜ ଭିତରେ ବିବାଦ ସତ୍ୱେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛନ୍ତିି ବିରୋଧୀ । ଦଳର ପ୍ରଧାନ୍ୟ ଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ, କଣ୍ଣାଟକ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡରେ ୨୦୦ ଆସନରେ ଲଢିବାକୁ ଦାବି କରିଛି କଂଗ୍ରେସ ।

Advertisment

ଶୁକ୍ରବାର ସକାଳ ସାଢେ ୧୧ଟାରେ ବିରୋଧୀ ଦଳଗୁଡିକର ନେତାଙ୍କ ବୈଠକ ହେବ । ଆଉ ବିଜେପିକୁ କ୍ଷମତାରୁ ହଟାଇବାକୁ ହେଲେ ସବୁ ବିରୋଧୀ ଦଳ ଏକାଠି ହେବା ଏକାନ୍ତ ଆବଶ୍ୟକ ବୋଲି ଭଲଭାବେ ବୁଝିସାରିଛନ୍ତି ବିରୋଧୀ । ତେଣୁ ଆସନ ଭାଗବଣ୍ଟା ବେଳେ ସବୁ ଦଳଗୁଡିକୁ ଅଗ୍ନୀପରୀକ୍ଷା ଦେବାକୁ ପଡିବ ବୋଲି କୁହାଯାଉଛି ।

ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଏବଂ ତେଲେଙ୍ଗାନାରେ କଂଗ୍ରେସକୁ ବହୁତ କମ ଆସନରେ ଲଢିବାକୁ ସୁଯୋଗ ମିଳିପାରେ ।
ଉତ୍ତର୍ରପଦେଶରେ ୮୦ ଲୋଭସଭା ଆସନରୁ କଂଗ୍ରେସକୁ ୧୫ ଟି ଆସନ ଦେବାକୁ ରାଜି ଅଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ।
ସେହିପରି ପଶ୍ଚିମବଙ୍ଗରେ ୪୨ଟି ଆସନରୁ କଂଗ୍ରେସକୁ ମାତ୍ର ୬ ଟି ଆସନ ଛାଡିବାକୁ ସର୍ତ୍ତ ରଖିଛନ୍ତି ଟିଏମସି ନେତା ମମତା ବାନାର୍ଜୀ
ଦିଲ୍ଲୀରେ ୭ ଲୋକସଭା ଆସନରୁ କଂଗ୍ରେସକୁ ୩ ଟି ଆସନ ଛାଡିବାକୁ କହିଛନ୍ତି ଆପ ନେତା ଅରବିନ୍ଦ କେଜରିୱାଲ
ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡରେ ବିଜେପିକୁ ହରାଇବାକୁ ଆଂଚଳିକ ଦଳଗୁଡିକୁ ଗୁରୁତ୍ୱ ଦେଇପାରନ୍ତି ବିରୋଧୀ ମେଂଟ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଅଣ-ଏନଡିଏ ଦଳର ନେତା ନବୀନ ପଟ୍ଟନାୟକ, କେସିଆର, ମାୟାବତୀ, ଜଗନ ମୋହନ ରେଡ୍ଡି, ଏଚଡି କୁମାରସ୍ୱାମୀଙ୍କୁ ନିମନ୍ତ୍ରଣ କରାଯାଇନଥିବା ସୂଚନା ମିଳିଛି । ଯଦି ବିରୋଧୀ ଦଳ ଏକାଠି ହୋଇ ନିର୍ବାଚନ ଲଢନ୍ତି ତେବେ ୨୦୨୪ ଲୋକସଭା ନିର୍ବାଚନ ଜିତିବା ବିଜେପି ପାଇଁ ଏତେଟା ସହଜ ହେବ ନାହିଁ ବୋଲି କୁହଯାଉଛି ।