କାଶ୍ମୀରରେ ଚାଲିଛି ଅପରେସନ ଗାଜି ରସିଦ । ଜାଣନ୍ତୁ କିଏ ଏହି ଗାଜି ରସିଦ ?

479

କନକ ବ୍ୟୁରୋ: ପୁଲୱାମାରେ ପୁଣି ୫ଯବାନ ସହିଦ୍ ହୋଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଆଜି ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ଓ ଗୁଲଜାର ମହମ୍ମଦ ସହିଦ ହୋଇଛନ୍ତି । ଏହା ସହିତ ଜଣେ ସ୍ଥାନୀୟ ଲୋକଙ୍କର ମଧ୍ୟ ଗୁଳିବିନିମୟର ମୃତ୍ୟୁବରଣ କରିଥିବା ଜଣାପଡିଛି । ପିଙ୍ଗଲିନା ଅଂଚଳରେ ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଇ-ମହମ୍ମଦ କମାଣ୍ଡର ଆତଙ୍କବାଦୀ ଗାଜି ରସିଦ ଲୁଚିରହିିଥିବା ସୂଚନା ମିଳିବା ପରେ ସଂପୃକ୍ତ ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସେନା ।

ସଂପୃକ୍ତ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହ କରାଯାଉଛି । ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ଜାରି ରହିଛି । ସୁରରକ୍ଷା କର୍ମୀ ସଂପୃକ୍ତ ଅଚଂଳକୁ ଘେରି ସର୍ଚ ଅପରେସନ ଜାରି ରଖିଛନ୍ତି । ଦୀର୍ଘ ୧୩ଘଂଟା ହେଲାଣି ଜାରି ରହିଛି ଗୁଳିବିନିମୟ । ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୬ ଜଣ ଯବାନ ସହିଦ୍ ହୋଇଛନ୍ତି । ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦସ୍ୱବ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ । ଆଇଡିକୁ ନିଷ୍କିୟ କରିବାକୁ ପ୍ରୟାସ କରୁଥିବାବେଳେ ବିସ୍ଫୋରଣ ଘଟି ମେଜର ଚିତ୍ରେଶ ବିଷ୍ଟ ସହିଦ୍ ହୋଇଥିଲେ ।

ଗାଜି ରସିଦ କିଏ ?

କାଶ୍ମୀରରେ ଚାଲିଛି ଅପରେସନ ଗାଜି ରସିଦ । ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଝହର ସହ ଯୋଗୀ ହେଉଛି ଗାଜି ରସିଦ । ସେ କାଶ୍ମୀର ଘାଟିରେ ଜୈଶର ଟପ କମାଣ୍ଡର ରହିଛି ଓ ଆଇଟି ଏକ୍ସପର୍ଟ ରହିଛି । କୁହାଯାଉଛି, ଦୁଇଜଣ ସହଯୋଗୀଙ୍କ ସହ ଡିସେମ୍ବରରେ କାଶ୍ମୀରରେ ଅନୁପ୍ରବେଶ କରିଥିଲେ ଗାଜି ରସିଦ । ଅନୁପ୍ରବେଶ ପରେ ସେ ଦକ୍ଷିଣ କାଶ୍ମୀରରେ ଲୁଚିଥିଲା । ୨୦୦୮ରେ ଗାଜି ଜୈଶ-ଏ-ମହମ୍ମଦ ସଙ୍ଗଠନରେ ସାମିଲ ହୋଇଥିଲା । ୨୦୧୦ରେ ଉତର ବେଜରସ୍ତାନ ଚାଲିଯାଇଥିଲା । ପାକ୍ ଅଧିକୃତ କାଶ୍ମୀରରେ ସେ ତାଲିମ ବି ଦେଉଥିଲା ।