ଚାଲୁଚାଲୁ ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ଦୁଃଖଦ ମୁହୂର୍ତ୍ତ ।

183

କନକ ବ୍ୟୁରୋ: ମୃତ୍ୟୁର ସମୟ ନାହିଁ । କେତେବେଳେ ଆସିବ କେହି କହିପାରିବେନି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମିରଟର କିଦବଈ ନଗରରେ । ସାଙ୍ଗମାନଙ୍କ ସହ ଚାଲି ଚାଲିଯାଉଥିବାବେଳେ ହଠାତ୍ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ହୋଇଥିବା ଏହି ଘଟଣାର ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ମୁତାବକ, ଶୁକ୍ରବାର ରାତି ପାଖାପାଖି ୧୧ଟା ସମୟରେ ୪ଜଣ ସାଙ୍ଗ ଚାଲିଚାଲି ଏକ କଲୋନି ରାସ୍ତାରେ ଯାଉଥିଲେ । ସାଙ୍ଗମାନେ ପରସ୍ପର ସହ କଥାବାର୍ତ୍ତା ହୋଇ ଚାଲିଥିଲେ । ଏତିକିବେଳେ କଡରେ ଯାଉଥିବା ଯୁବକଙ୍କର ଗୋଟିଏ ଛିଙ୍କ ହୋଇଥିଲା । ଛିଙ୍କିବା ପରେ ସେ ତଲେ ପଡି ବେହୋସ୍ ହୋଇଯାଇଥିଲେ । ତାଙ୍କୁ ଅଚେତନ ଅବସ୍ଥାରେ ସାଙ୍ଗମାନେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ପୁରା ଘଟଣାର ଭିଡିଓ ମୋସିଆଲ ମିଡିଆରେ ବିଜୁଳି ଗତିରେ ବ୍ୟାପୁଛି ।