ଆସନ୍ତା ୨୮ରେ ବନ୍ଦ ରହିବ ରାଜ୍ୟର ସମସ୍ତ ମେଡିସିନ ଷ୍ଟୋର । ୨୨ ହଜାର ଔଷଧ ଦୋକାନରେ ୨୪ ଘଣ୍ଟା ପାଇଁ ଝୁଲିବ ତାଲା, ଜାଣନ୍ତୁ କାହିିଁକି ?

66

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୨୮ରେ ପୂରା ଭାରତରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ । ୨୪ ଘଣ୍ଟା ଧରି ବନ୍ଦ ରହିବ ଦେଶର ସମସ୍ତ ମେଡିସିନ ଷ୍ଟୋର । ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକିଥିବା ବ୍ୟବସାୟ ବନ୍ଦକୁ ଉକ୍ରଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସମର୍ଥନ କରିଛି । ଯେଉଁଥିପାଇଁ ରାଜ୍ୟର ୨୨ହଜାର ଔଷଧ ଦୋକାନରେ ୨୮ରେ ତାଲା ଝୁଲିବ । ଇ-ଫାର୍ମାସୀ ତଥା ଅନଲାଇନରେ ଔଷଧ ବିତରଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ମେଡ଼ିସିନ୍ ଷ୍ଟୋର ବନ୍ଦ ରଖିବା ପାଇଁ ନିର୍ଣ୍ଣୟ ହୋଇଛି । ସୂଚନା ଅନୁସାରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ୱେବ୍ ଓ ପୋର୍ଟାଲ ମାଧ୍ୟମରେ ଔଷକ୍ଷ ବିତରଣ ଏବଂ ବିକ୍ରି ଆଦି ପାଇଁ ଅଧିସୂଚନା ଜାରି କରିଥିଲେ । ଏବେ ସମସ୍ତ ଔଷଧ ବିକ୍ରି ଅନଲାଇନ୍ କରିଦିଆଯାଇଛି ।

ଏହି ଅନଲାଇନ ବ୍ୟବସ୍ଥା ଦ୍ୱାରା ବଡ ବ୍ୟବସାୟୀମାନେ କେନ୍ଦ୍ର ସରକାରଙ୍କରଙ୍କ ଔଷଧ ବିତରଣ ଆଇନକୁ ଖୋଲାଖୋଲି ଉଲଂଘନ କରିଚାଲିଛନ୍ତି । ସୋସିଆଲ ମିଡିଆରେ ବିଜ୍ଞାପନ ସହ ପ୍ରଚାର ଚଲାଇ ଲୋକଙ୍କ ଜୀବନସହ ଖେଳ ଖେଳୁଛନ୍ତି । ଏହା ୧୦ ଲକ୍ଷରୁ ଅଧିକ ବ୍ୟବସାୟୀଙ୍କୁ ପ୍ରଭାବିତ କରିବ । ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ସଂଘ । ଅନ୍ୟପଟେ ରିଟେଲ ବ୍ୟବସାୟରେ ଏଫଡିଆଇ ବା ବିଦେଶୀ ପୁଞ୍ଜି ନିିବେଶ ବିରୋଧରେ ଆସନ୍ତା ୨୮ରେ ଭାରତୀୟ ବ୍ୟବସାୟ ମହାସଂଘ ବନ୍ଦ ଡାକରା ଦେଇଛି ଯାହାକୁ ଓଡିଶା ବ୍ୟବସାୟୀ ସଂଘ ସହମତି ଜଣାଇଛି ।