ଅପହଂଚ ଇଲାକାରେ ଡାକ୍ତରୀ ଦଳ । ୧୦ଟି ପାହାଡ ଡେଇଁ ପ୍ରାୟ ୧୫ କିମି ଚାଲି ଚାଲି ଯାଇ ପହଂଚିଲେ ଲୋକଙ୍କ ପାଖରେ, ସ୍ୱାସ୍ଥ୍ୟ ପରୀକ୍ଷା ସହ ବିନା ମୂଲ୍ୟରେ ଯୋଗାଇଦେଲେ ଔଷଧ
ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଟିମର ଏଭଳି କାର୍ଯ୍ୟକୁ ସଲାମ
କନକ ବ୍ୟୁରୋ: ଅପହଂଚ ଇଲାକାରେ ଡାକ୍ତରୀ ଦଳ । ବଣ ପାହାଡ ଘେରା ଦୁର୍ଗମ ରାସ୍ତା ପାର କରି ଲୋକଙ୍କ ପାଖରେ ପହଂଚିଛନ୍ତି ଡାକ୍ତରୀ ଦଳ । ତେବେ ସେବା ପାଇଁ ଏଭଳି ସମର୍ପିତ ମାନସିକତା ଦେଖାଇଛନ୍ତି ମାଲକାନଗିରି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରୀ ଦଳ । ୪ ଜଣିଆ ଡାକ୍ତରୀ ଦଳ ମାଓ ଉପଦ୍ରୁତ ତୁଳସୀ ପାହାଡରେ ପହଂଚି ଯୋଗାଇଛନ୍ତି ସ୍ୱାସ୍ଥ୍ୟ ସେବା ।
Kanak News is now on WhatsApp
Join and get latest news updates delivered to you via WhatsApp
୧୦ଟି ପାହାଡ ଡେଇଁ ପାଖାପାଖି ୧୫ କିଲୋମିଟର ଚାଲି ଚାଲି ଯାଇ ଲୋକଙ୍କୁ ସେବା ଯୋଗାଇଛନ୍ତି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ । ତେବେ ମାଲକାନଗିରିରେ ଅଜଣା ରୋଗ ବ୍ୟାପୁଥିବା ବେଳେ ଡାକ୍ତରୀଟିମ୍ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଗାଁରେ ଶିଶୁ ଆକ୍ରାନ୍ତ ହେବା ଖବର ପାଇ ଏହି ଡାକ୍ତର ଟିମ ସେଠାରେ ପହଂଚି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଇଛନ୍ତି ।