ମିଡିଆ ପରସ୍ପର ବିରୋଧୀ ମନୋଭାବ ଛାଡି ଲୋକଙ୍କ ପାଇଁ କାମ କରିବା ଉଚିତ । ଜାତୀୟ ପ୍ରେସ ଦିବସରେ ଆଭିମୁଖ୍ୟ ରଖିଲେ ସୈାମ୍ୟରଂଜନ ପଟ୍ଟନାୟକ ।

46

କନକ ବ୍ୟୁରୋ : ଆଜି ଜାତୀୟ ପ୍ରେସ ଦିବସ । ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଜି ଠାରୁ ଆରମ୍ଭ କରିଥିଲା କାମ । ୧୯୫୬ ମସିହା ନଭେମ୍ବର ୧୬ରୁ କାମ ଆରମ୍ଭ କରିଥିଲା ପିସିଆଇ । ଗଣମାଧ୍ୟମ ନିର୍ଭୀକ ଓ ନିରପେକ୍ଷ ହେବା ପାଇଁ ପ୍ରେରଣା ଦେବା ଉଦ୍ଦେଶ୍ୟରେ କାମ ଆରମ୍ଭ କରିଥିଲା ପିସିଆଇ । ଦାୟିତ୍ୱବାନ ଓ ସ୍ୱାଧୀନ ଭାବେ କାର୍ଯ୍ୟକରିବା ଲକ୍ଷ୍ୟରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ ଆରମ୍ଭ କରିଥିଲା । ଏହି ଅବସରରେ ସଂବାଦର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଆମ ପାଇଁ ଲୋକଙ୍କ ସମସ୍ୟା ବଡ । ଲୋକଙ୍କ ସମସ୍ୟାକୁ ଗଣମାଧ୍ୟମ ପ୍ରାଧାନ୍ୟ ଦେବା ଉଚିତ । ମିଡିଆ ଆର୍ଥିକ ଦୃଷ୍ଟିରୁ ଚାପ ଗ୍ରସ୍ତ ରହିଛି । ଲୋକଙ୍କ ସ୍ୱାର୍ଥ ସାଧନ ହେଉନି । କନକ ନ୍ୟୁଜ କାହାର ବିରୋଧୀ ନୁହେଁ ଓଡିଶାର ବିକାଶ ପାଇଁ କାମ କରୁଛି । ମିଡିଆମାନେ ପରସ୍ପର ବିରୋଧୀ ମନୋଭାବ ଛାଡି ଲୋକଙ୍କ ପାଇଁ କାମ କରିବା ଉଚିତ ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । “ରାଜନୀତି କରିବା ଖରାପ କାମ ନୁହେଁ । ରାଜନୀତି ହେଉଛି ଶ୍ରେଷ୍ଠ ନୀତି । ଭଲ ଲୋକମାନେ ରାଜନୀତିକୁ ଆସନ୍ତୁ ।” ଏହା କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।

politicsଭଲ ଲୋକମାନେ ରାଜନୀତିକୁ ଆସିଲେ ଖରାପ ଲୋକଙ୍କ ସଂଖ୍ୟା କମିଯିବ-
ରାଜନୀତିରେ ଅପରାଧୀକରଣକୁ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଂଜନ । ସେ ଆହ୍ୱାନ କରିଥିଲେ ଭଲ ଲୋକମାନେ ରାଜନୀତିକୁ ଆସିଲେ ଖରାପ ଲୋକଙ୍କ ସଂଖ୍ୟା କମିଯିବ । ରାଜନୀତିରେ ସ୍ୱଚ୍ଛତା ଆସିବ । ଲୋକଙ୍କର ବିକାଶ ହେବା ସହ ଓଡିଶାର ବିକାଶ ହେବ ।

“ଭାଷା, ମାଟି ପାଇଁ ମୁଁ ଉତ୍ସର୍ଗୀକୃତ । ମୋର ମିଶନ ଲୋକଙ୍କ ସହ ଯୋଡିହେବା । ଲୋକଙ୍କୁ ସଂଗଠିତ କରିବା ।”ଲୋକମାନେ ଓଡିଆରେ କଥା ହୁଅନ୍ତୁ । ଓଡିଆ ଭାଷାକୁ ଗୁରୁତ୍ୱ ଦିଅନ୍ତୁ । ସେ ରାଜ୍ୟର ଭିଭିନ୍ନ ପ୍ରାନ୍ତକୁ ବୁଲି ଲୋକଙ୍କ ସମସ୍ୟା ଜାଣିବା ପାଇଁ ଓ ତାହାର ସମାଧାନ କରିବା ପାଇଁ ଉତ୍ସର୍ଗୀକୃତ ବୋଲି କହିଥିଲେ । ଓଡିଶାର ଲୋକମାନେ ନାନା ସମସ୍ୟାରେ ଜର୍ଜରିତ । ଚିଟଫଣ୍ଡ ଠାରୁ କୃଷି ସବୁଠି ଦୁର୍ନୀତି ଭରି ରହିଛି । ଇନ୍ଦିରାଆବାସ ଠାରୁ ପ୍ରତି କାମରେ ଲୋକମାନେ ଲାଂଚ ଦେବାକୁ ବାଧ୍ୟ ହେଉଛନ୍ତି ।

chit fundଚିଟଫଣ୍ଡ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଦୋଷାରୋପ କଲେ –
ଜାତୀୟ ପ୍ରେସ ଦିବସରେ ରାଜ୍ୟର ବିଭିନ୍ନ ପ୍ରସଙ୍କ ଉପରେ ମତ ରଖି ଚିଟଫଣ୍ଡ ଠକେଇର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ଅପାରଗତାକୁ ମଧ୍ୟ ଇଙ୍ଗିତ କରିଛନ୍ତି ସୈାମ୍ୟରଂଜନ ପଟ୍ଟନାୟକ । ସରକାର ଚିଟଫଣ୍ଡ ଠକେଇ ନେଇ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏଥିପାଇଁ ଚିଟଫଣ୍ଡ ଠକେଇ ସମସ୍ୟାର ସମାଧାନ ହୋଇପାରୁନାହିଁ । କେବଳ ନିର୍ବାଚନ ଆଗରୁ କମିଶନ କରିଦେଲେ ସରକାର । କହିଲେ ଟଙ୍କା ଫେରସ୍ତ ପାଇବେ ଲୋକେ । ହେଲେ ଅସଲ କାର୍ଯ୍ୟ କଲେନାହିଁ । ଏହା ଏକ ନିର୍ବାଚନ ଚାଲ୍ ନଥିଲା କି ପ୍ରଶ୍ନ କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।

ଏବେବି ଦଳ ଭିତରେ ଓ ଦଳ ବାହାରେ ଅନେକ ଲୋକ ଅଛନ୍ତି , ଯେଉଁମାନେ ସାଧାରଣ ଲୋକଙ୍କ ପଇସା ଲୁଟ୍ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତେ ସଂକୋଚ କାହିଁକିି କରୁଛନ୍ତି ସରକାର । ଯଦି ସ୍ୱଳ୍ପ ଜମାକାରୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ସରକାର ସେମାନଙ୍କୁ ଚିହ୍ନଟ କରନ୍ତୁ । ସେମାନେ କିଏ ଓ କାହାର କେତେ ଟଙ୍କା କ୍ଷତି ହୋଇଛି ଏହାର ଏକ ଆକରଣ କରାଯାଉ । ସରକାର ଯଦି ଏକ ବତ୍ୟା ଆସୁଛି ତାହାର କ୍ଷୟକ୍ଷତିର ଆକରଣ କରିପାରୁଛନ୍ତି । କିନ୍ତୁ ଏତେ ବର୍ଷ ଧରି ଆମର ଲୁଟ୍ ଚାଲିଛି , କେତେ ପଇସା ଲୋକେ ହରେଇଛନ୍ତି ଏହା କଣ ଜାଣିପାରିବେନି । ସରକାର ରେଭେନ୍ୟୁ ଡିପାର୍ଟମେଂଟ ମାଧ୍ୟମରେ ଚିହ୍ନଟ କରନ୍ତୁ । ପ୍ରତି ଗାଁରେ ଚିହ୍ନଟ ପ୍ରକ୍ରିୟା କରନ୍ତୁ ।

ସରକାରଙ୍କୁ କଟାକ୍ଷ କରି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ବିଜୁ କୁଡିଆ ଦେବାବେଳେ ଲୋକଙ୍କୁ ଚିହ୍ନୁଛନ୍ତି , ଇନ୍ଦିରା ଆବାସ ଦେବାବେଳେ ଲୋକଙ୍କୁ ଚିହ୍ନୁଛନ୍ତି । ଚିଟଫଣ୍ଡର ପଇସା ଫେରେଇବେ ଲୋକଙ୍କୁ ଚିହ୍ନଟ କରିପାରିବେନି । ହେଲେ ସରକାର ଡରୁଛନ୍ତି । କାଳେ ଚିହ୍ନଟ ବେଳେ ଲୋକେ ଘେରିବେ ।

FARMER CARDଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ କହିଲେ , ରାଜ୍ୟ ସରକାର ମାନନ୍ତୁ ଯେ ଚାଷୀ ଆତ୍ମହତ୍ୟା ହୋଇଛି –
ନବୀନ ପଟ୍ଟନାୟକ ଅନେକ ଭଲ କାମ କରୁଛନ୍ତି , ଅନେକ ଖରାପ କାମ ମଧ୍ୟ କରୁଛନ୍ତି , ଯାହାକି ଓଡିଶା ବିରୋଧି ବୋଲି କହିଚନ୍ତି ସୌମ୍ୟରଂଜନ ପଟ୍ଟନାୟକ । ଚାଷୀ ଆତ୍ମହତ୍ୟାକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ସୌମ୍ୟରଂଜନ । କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ୱୀକାର କରନ୍ତୁ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଏବଂ ଅନୁସନ୍ଧାନ କରନ୍ତୁ । କାହିଁକି ଆମର ଚାଷୀ ଭାଇ ଆତ୍ମହତ୍ୟା କରିବ । କାହିଁକି ଚାଷୀ ଏମିତି କାମ କଲେ , ଏହା ବୁଝନ୍ତୁ । ଏମିତି ନକରିବାକୁ ପ୍ରବର୍ତ୍ତାନ୍ତୁ । ଆମେ ଯେଉଁମାନେ ଆନ୍ଦୋଳନ କରୁଛୁ ଆମକୁ ମଧ୍ୟ ବୁଝାନ୍ତୁ ଯେ ଆନ୍ଦୋଳନ କରନ୍ତୁ ନାହିଁ ସହ ଯୋଗ କରନ୍ତୁ ।

କିନ୍ତୁ କୃଷି ବିଭାଗରେ ସବୁଠୁ ବେଶୀ ଦୁର୍ନୀତି ହେଉଛି । ଏହା କଣ ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ । କୃଷି ବିଭାଗ ୯୫ ଭାଗ ପଇସା ଖର୍ଚ୍ଚ କରୁଛି । ମୁଖ୍ୟମନ୍ତ୍ରୀ କଣ ଜାଣିପାରୁନାହାଁନ୍ତି ଅନ୍ୟ ବିଭାଗ ଗୁଡିକ ୪୦ଭାଗ ୬୦ ଭାଗ ଖର୍ଚ୍ଚ କରି ପଇସା ଫେରେଇଦେଉଛନ୍ତି । ହେଲେ କୃଷି ବିଭାଗ ୯୫ ଭାଗ ଖର୍ଚ୍ଚ କରୁଛନ୍ତି । ଏଇଥିପାଇଁ ଯେ କୃଷି ବିଭାଗ ଦୁର୍ନୀତିରେ ଟିକେ ଆଗୁଆ ଅଛି ।

NAVEEN MAN KI BAT_00084ଶିଶୁ ଦିବସରେ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କଥାବାତ୍ତା ପ୍ରସଙ୍ଗ –
ଶିଶୁ ଦିବସ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ଶିଶୁ ଦିବସରେ ସରକାର ପିଲାମାନଙ୍କ ସହ ଯେଉଁ ବାର୍ତ୍ତାଳାପ କରିବାକୁ ଚାହିଁଲେ , ତାହା ଭଲ କାର୍ଯ୍ୟ । ହେଲେ ଏଥିିପାଇଁ ପଂଚାତୟର ଯେଉଁ ପାଣ୍ଠି ଥିଲା ସେ ପାଣ୍ଠିରୁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ , ପଂଚାୟତର ପାଣ୍ଠି ଅନ୍ୟ କାର୍ଯ୍ୟ ପାଇଁ ଥିଲା ନା ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ କଥାବାର୍ତ୍ତା ହେବାପାଇଁ ଥିଲା । ଏହା ଏକ ଭୁଲ୍ କାର୍ଯ୍ୟ ନୁହେଁ କି ? ପଂଚାୟତ ପଇସା ବିନା କଣ ଏ କାର୍ଯ୍ୟ ହୋଇପାରିନଥାନ୍ତ ।

ଆଜି ଜାତୀୟ ପ୍ରେସ ଦିବସରେ ଲୋକଙ୍କର ଏମିତି ଅନେକ ପ୍ରସଙ୍ଗ ଉପରେ ନିଜର ମତ ଓ ଉଦ୍ଦେଶ୍ୟକୁ ଉପସ୍ଥାପନା କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ସରକାରଙ୍କ ଅନେକ କାର୍ଯ୍ୟକୁ ତାରିଫ କରିଥିବା ବେଳେ ଅନେକ ଓଡିଶା କାର୍ଯ୍ୟକୁ ଭୁଲ ଦର୍ଶାଇଥିଲେ । ଆଉ ସୋସିଆଲ ମିଡିଆରେ ଏହି ଲାଇଭ୍ କାର୍ଯ୍ୟକ୍ରମକୁ ଅନେକ ସଂଖ୍ୟାରେ ଲୋକେ ଦେଖିବା ସହ ମତାମତ ଦେଇଥିଲେ ।