ବ୍ୟବହାର ହୋଇଯାଇଥିବା ତେଲରୁ ବାୟୋଡିଜେଲ ତିଆରି କଲା ମ୍ୟାକଡୋନାଲ୍ଡ ! ସବୁ କମ୍ପାନୀକୁ ବାୟୋଡିଜେଲ ବନାଇବାକୁ ନିର୍ଦ୍ଦେଶ ।

55

ସାରା ଦେଶରେ ପପୁଲାର ଫାଷ୍ଟଫୁଡ ମ୍ୟାକଡୋନାଲ୍ଡସ୍ ପ୍ରଡକ୍ଟ ତିଆରି କରିବା ପରେ ବଞ୍ଚିଯାଉଥିବା ତେଲ କିମ୍ବା ଅନ୍ୟାନ୍ୟ ଅବଶେଷକୁ ନେଇ ତିଆରି ଆରମ୍ଭ କରିଛି ବାୟୋଡିଜେଲ । ଏହି ବାୟୋଡିଜେଲକୁ ଗାଡି ମାନଙ୍କରେ ବ୍ୟବହାର କରିବା ସହ ବର୍ଯ୍ୟବସ୍ତୁ ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି କହିଛି ମ୍ୟାକଡୋନାଲ୍ଡସ୍ ।

ମିଡିଆ ରିପୋର୍ଟ ଅନୁଯାୟୀ, ମ୍ୟାକଡୋନାଲ୍ଡସ୍ ଫ୍ରାଇଜ ଏବଂ ଅନ୍ୟାନ ପ୍ରଡକ୍ଟ ତିଆରି କରିବାରେ ବ୍ୟବହାର ହୋଇସାରିଥିବା ହଜାର ହଜାର ଲିଟର ତେଲକୁ ରିସାଇକ୍ଲିଙ୍ଗ କରି ବାୟୋ ଡିଜେଲ ତିଆରି କରୁଛି । କେବଳ ସେତିକି ନୁହେଁ ନିଜେ ତିଆରି କରିଥିବା ବାୟୋ ଡିଜେଲକୁ କମ୍ପାନୀ ତା ନିଜ ଟ୍ରକରେ ବ୍ୟବହାର କରୁଛି । କମ୍ପାନୀର ଅନୁସାରେ ଏପରି କରିବା ଦ୍ୱାରା ଗ୍ଲୋବାଲ ୱାର୍ମିଙ୍ଗକୁ ରୋକାଯାଇ ପାରିବ ।

ମ୍ୟାକଡୋନାଲ୍ଡ ବାୟୋଡିଜେଲକୁ କେବଳ ଗାଡି ଚଲାଇବାରେ ବ୍ୟବହାର କରିନଥାଏ । ସେ ପ୍ରଡକ୍ଟ ଗୁଡିକୁ ଥଣ୍ଡା ରଖିବା ପାଇଁ ବ୍ୟବହାର କରୁଥିବା ରିଫ୍ରେଜିରେଟରକୁ ମଧ୍ୟ ଏହି ବାୟୋ ଗ୍ୟାସ ମାଧ୍ୟମରେ ଚଲାଇ ପ୍ରଡକ୍ଟସ୍ ଗୁଡିକୁ ଥଣ୍ଡା ରଖୁଛି । କମ୍ପାନୀର ଏହି ବ୍ୟବସ୍ଥା ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ମ୍ୟାକଡୋନାଲ୍ଡର ପଶ୍ଚିମ ଏବଂ ଦକ୍ଷୀଣ ଭାରତରେ ଫ୍ରାଂଚାଇଜ୍ ନେଇଥିବା ହାର୍ଡକାଷ୍ଟଲ ରେଷ୍ଟୁରାଣ୍ଟ ପ୍ରାଇଭେଟ ଲିମିଟେଡ (ଏଚଆରପିଏଲ) ଅନୁସାରେ, ଏବେ କମ୍ପାନୀ ମୁମ୍ବାଇରେ ୮୫ ପ୍ରତିଶତ ବ୍ୟବହାର ହୋଇଯାଇଥିବା ତେଲକୁ ରିସାଇକ୍ଲିଙ୍ଗ କରୁଛି । ତେବେ ଖୁବ ଶିଘ୍ର ଏହି ବ୍ୟବସ୍ଥାକୁ କମ୍ପାନୀ ପଶ୍ଚିମ ଏବଂ ଦକ୍ଷୀଣ ଭାରତର ୨୭୫ଟି ବ୍ରଞ୍ଚରେ ଲାଗୁ କରାଇବା ସହ ଆସନ୍ତା ୪ ବର୍ଷ ମଧ୍ୟରେ କମ୍ପାନୀ ଭାରତରେ ୪୦୦ ରୁ ୫୦୦ ବ୍ରାଞ୍ଚରେ ଏହାକୁ ଲାଗୁ କରାଇବାର ଆଶା ରଖିଛି । କମ୍ପାନୀର ଏପରି ପଦକ୍ଷପ କାରଣରୁ ପ୍ରତି ବର୍ଷ ଦେଶରେ ପ୍ରାୟ ୪ ଲକ୍ଷ ୨୦ ହଜାର ଲିଟର କ୍ରୁଡ ଅଏଲ ନଷ୍ଟ ହେବାରେ ରକ୍ଷା ପାଉଛି । ତେଣୁ ବାୟୋଡିଜେଲ ଆସୋସିଏସନ ଅନ୍ୟ କମ୍ପାନୀ ମାନଙ୍କୁ ମଧ୍ୟ ବୟୋଗ୍ୟାସ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।